Mao

ଆତ୍ମସର୍ମପଣ କଲେ ଜେଜେଏମ୍‌ପି ସଂଗଠନର ଦୁଇ ହାର୍ଡକୋର୍‌ ମାଓବାଦୀ

Spread the love

ରାଞ୍ଚି:ଲାତେହାର ପୁଲିସ୍‌ ନିକଟରେ ଜେଜେଏମ୍‌ପି ସଂଗଠନର ଦୁଇ ହାର୍ଡକୋର ମାଓବାଦୀ ଆତ୍ମସର୍ମପଣ କରିଛନ୍ତି। ଦୁଇ ହାର୍ଡକୋର ମାଓବାଦୀ ହେଲେ ଅବଧେଶ ଲୋହାର ଓ ବ୍ରଜେଶ ଯାଦବ । ଦୁଇ ମାଓବାଦୀଙ୍କ ମୁଣ୍ଡରେ ଥିଲା ୫ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ରାଶି । ଆତ୍ମସମର୍ପଣ କରିଥିବା ନକ୍ସଲବାଦୀ ବ୍ରଜେଶ ଯାଦବଙ୍କ ବିରୋଧରେ ମୋଟ ୧୦ଟି ନକ୍ସଲ ମାମଲା ରୁଜୁ ହୋଇଥିବା ବେଳେ ଅବଧେଶଙ୍କ ବିରୋଧରେ ୫ଟି ମାମଲା ରୁଜୁ ହୋଇଛି।
ଏ ନେଇ ପାଲାମୁର ଆଇଜି ଶୈଳେନ୍ଦ୍ର କୁମାର ସିହ୍ନା କହିଛନ୍ତି ଯେ ଚଳିତ ବର୍ଷ ଲାତେହାର ଜିଲ୍ଲାରେ ୨୧ ଜଣ ନକ୍ସଲ ପୁଲିସ୍‌ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଏହି ସଫଳତା ଯେକୌଣସି ଅଧିକାରୀଙ୍କ ପାଇଁ ଗର୍ବର ବିଷୟ। ବ୍ୟବସ୍ଥା ଅନୁଯାୟୀ ଆତ୍ମସମର୍ପଣ କରୁଥିବା ନକ୍ସଲମାନଙ୍କୁ ପୁଲିସ୍‌ ସର୍ବଦା ସମସ୍ତ ପ୍ରକାରର ସହାୟତା ଯୋଗାଇଥାଏ। ସେ ଅଞ୍ଚଳରେ ସକ୍ରିୟ ନକ୍ସଲ ମାନଙ୍କୁ ସରକାରଙ୍କ ଆତ୍ମସମର୍ପଣ ନୀତିର ସୁଯୋଗ ନେଇ ପୋଲିସ ନିକଟରେ ଆତ୍ମସମର୍ପଣ କରିବାକୁ ମଧ୍ୟ ନିବେଦନ କରିଥିଲେ।

Leave a Reply

Your email address will not be published. Required fields are marked *