ବାଦଲଫଟା ବର୍ଷାରେ ପୁଣି ଧୋଇଗଲା କଳିଙ୍ଗା ଘାଟି ରାସ୍ତା

କନ୍ଧମାଳ:  ପୁଣି ବାଦଲ ଫଟା ବର୍ଷାରେ କଳିଙ୍ଗା ଘାଟି ରାସ୍ତା ଧୋଇହୋଇଯାଇଛି। ପାହାଡରୁ ପ୍ରବଳ ବର୍ଷା ପାଣି ଆସିବାରୁ ନିର୍ମାଣ ଲାଗି ପଡିଥିବା ପଥର , ବାଲି ଏବଂ ଗୋଡି ଧୋଇ ହୋଇଯାଇଛି। ଗତ ସେପ୍ଟେମ୍ବର ୧୬ ତାରିଖରେ କନ୍ଧମାଳ ଜିଲା … Read More

ରାଜ୍ୟରେ ଦେଢ଼ ବର୍ଷରେ ଦୁଷ୍କର୍ମର ଶିକାର ହୋଇଛନ୍ତି ୪୫୪୪ ମହିଳା

ଭୁବନେଶ୍ବର: ରାଜ୍ୟରେ ଗତ ଦେଢ଼ ବର୍ଷ ମଧ୍ୟରେ ୪୫୪୪ ଜଣ ମହିଳା ଦୁଷ୍କର୍ମର ଶିକାର ହୋଇଛନ୍ତି। ଏସବୁ ଘଟଣାରେ ୩୮୦୫ ଜଣ ପୁରୁଷ ଏବଂ ୫୭ ମହିଳା ଗିରଫ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୯୪ ଜଣଙ୍କୁ ଦଣ୍ଡବିଦାନ ହୋଇଛି। ସୋମବାର ବିଧାନସଭାରେ … Read More

କଂଗ୍ରେସର ଅନାସ୍ଥା ନୋଟିସ୍ ଅଗ୍ରାହ୍ୟ, କକ୍ଷତ୍ୟାଗ କଲେ ଦଳୀୟ ନେତା

ଭୁବନେଶ୍ୱର : ଗ୍ରହଣ ହେଲାନି କଂଗ୍ରେସର ଅନାସ୍ଥା ପ୍ରସ୍ତାବ । ଗୃହ ଅର୍ଡରକୁ ଆସୁନଥିବାରୁ କଂଗ୍ରେସର ଅନାସ୍ଥା ପ୍ରସ୍ତାବକୁ ଗ୍ରହଣ କଲେନି ବାଚସ୍ପତି  ।  ଅଧିବେଶନ ଆରମ୍ଭର ଦିନକ ପୂର୍ବରୁ ପ୍ରସ୍ତାବ ଆସିବା କଥା । ଆଜି ବିଧାନସଭାରେ ଏନେଇ ଘୋଷଣା କଲେ … Read More

୨୮ ପର୍ଯ୍ୟନ୍ତ ପ୍ରବଳ ବର୍ଷିବ

ଭୁବନେଶ୍ଵର: ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଜାରି ରହିବ। ଏହି ସମୟ ମଧ୍ୟରେ ବିଭିନ୍ନ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଏପରି କି କେତେକ ଜିଲାରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହୋଇପାରେ … Read More

ନିଜେ ନିଜକୁ ଜାଳିଥିଲେ ବଳଙ୍ଗା ପୀଡ଼ିତା : ମୁଖ୍ୟମନ୍ତ୍ରୀ

ପିପିଲି : ବଳଙ୍ଗା ପୀଡ଼ିତାଙ୍କୁ କେହି ଜାଳି ନଥିଲେ । ନିଜେ ନିଜ ଉପରେ କିରୋସିନ ଢ଼ାଳି ନିଆଁ ଲଗାଇଦେଇଥିଲେ ।  ଆଜି ବିଧାନସଭାରେ ଏହି ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଗୃହରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଥିଲେ, ଦିଲ୍ଲୀ ଏମ୍ସରେ ୧୪ ଦିନ ଚିକିତ୍ସାଧୀନ ରହିବା ପରେ ଅଗଷ୍ଟ ୨ ତାରିଖରେ ପୀଡ଼ିତାଙ୍କ ମୃତ୍ୟୁ ହୋଇଥିଲା ।  ମୃତ୍ୟୁ ପୂର୍ବରୁ ପୀଡ଼ିତାଙ୍କର ନୂଆଦିଲ୍ଲୀ ସାକେତର ସାଉଥ ଡିଷ୍ଟ୍ରିକ୍ଟ କୋର୍ଟ ନମ୍ବର ୩୭ ଦ୍ୱାରା ଧାରା ୧୮୩ରେ ଜମାନବନ୍ଦୀ ରେକର୍ଡ କରାଯାଇଥିଲା । ଏହାସହ ଏମ୍ସରେ ଚିକିତ୍ସା କରୁଥିବା ଡାକ୍ତାରଙ୍କ ଦ୍ୱାରା ପିଡ଼ିତାଙ୍କ ବୟାନ ରେକର୍ଡ କରିଥିଲେ ।  ଉଭୟ ବୟାନରେ ପୀଡ଼ିତା କହିଥିଲେ ଯେ, ସେ ନିଜେ ନିଜ ଉପରକୁ ରିରୋସିନ ଢାଳି ନିଆଁ ଲଗାଇ ଦେଇଥିଲେ । ସମସ୍ତ ତଥ୍ୟ ପ୍ରମାଣକୁ ଆଧାର କରି ତଦନ୍ତ ଶେଷ କରି, ଚୂଡ଼ାନ୍ତ ରିପୋର୍ଟକୁ ମିଷ୍ଟେକ ଅଫ ଫ୍ୟାକ୍ଟ ଭାବେ ବଳଙ୍ଗା ଥାନା ତରଫରୁ ସେପ୍ଟେମ୍ବର ୧୭ ତାରିଖରେ କୋର୍ଟରେ ଦାଖଲ କରାଯାଇଛି । ଗତ ଜୁଲାଇ ୧୯ ତାରିଖରେ ପୁରୀ ଜିଲ୍ଲା ନୂଆଗୋପାଳପୁରର ବଳଙ୍ଗା ଅଞ୍ଚଳରେ ପୀଡ଼ିତାଙ୍କ ମାଆ ଥାନାରେ ଅଭିଯୋଗ କରିଥିଲେ । କହିଥିଲେ କେତେ ଜଣ ଅଜଣା ବ୍ୟକ୍ତି ତାଙ୍କ ଝିଅଙ୍କୁ ବଳପୂର୍ବକ ନଦୀ କୂଳକୁ ନେଇ କିରୋସିନ ଓ ପେଟ୍ରୋଲ ଢାଳି ହତ୍ୟା କରିବାକୁ ଚେଷ୍ଟା କରିଥିଲେ । ସ୍ଥାନୀୟ ଗ୍ରାମବାସୀ ପୀଡ଼ିତାଙ୍କୁ ପୋଡିଯାଇଥିବା ଅବସ୍ଥାରେ ପିପିଲି ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ ।  ସେହି ଦିନ ହିଁ ପୀଡ଼ିତାଙ୍କୁ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି କରାଯାଇଥିଲା । ଜୁଲାଇ ୨୦ ତାରିଖ ଦିନ ପୀଡ଼ିତାଙ୍କୁ ଦିଲ୍ଲୀ ଏମ୍ସ ସ୍ଥାନାନ୍ତର କରାଯାଇଥିଲା । ବଳଙ୍ଗା ଘଟଣା ବେଶ ରାଜନୈତିକ ହଟଚମଟ ସୃଷ୍ଟି କରିଥିଲା । ଏବେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବଳଙ୍ଗା ପୀଡ଼ିତାଙ୍କୁ କେହି ହତ୍ୟା କରି ନାହାଁନ୍ତି, ନିଜେ ନିଜକୁ ମାରିଛନ୍ତି ।

ବଜ୍ରାଘାତରେ ଦୁଇ ମୃତ

ପାଟଣାଗଡ଼ : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା ବାଗଦୋର ଗ୍ରାମପଞ୍ଚାୟତ ମାଲପଡାରେ ଅଘଟଣ । ଗାଧୋଇ ଯାଉଥିବା ବେଳେ ବଜ୍ରାଘାତରେ ଦୁଇଜଣ ମୃତ । ମୃତକ ମଧ୍ୟରୁ ଜଣେ ହେଉଛନ୍ତି ବେଲପଡା ଥାନା ମାଲପଡାର ଟିକେଧର ମାଝୀ ଓ ଖପ୍ରାଖୋଲ ଥାନା ସାହାଜପାଣି … Read More

ମୃଦୁପାନୀୟରେ ନିଶା ଦେଇ ବୃଦ୍ଧ ଦମ୍ପତିଙ୍କୁ ଲୁଟ୍, ପଡ଼ୋଶୀକୁ ଗିରଫ କଲା ପୋଲିସ

ଯାଯପୁର: ଚାରିଆଡ଼େ ବୁଲୁଛନ୍ତି ଲୁଟେରା । କେବଳ ପୁରୁଷ ନୁହେଁ ମହିଳାମାନେ ବି ଲୁଟୁଛନ୍ତି । ଲୁଟେରାମାନେ ଯେ କେତେ ପ୍ଲାନ୍ କରି ଲୁଟ୍ କରନ୍ତି ତାର ହିସାବ ନାହିଁ । କିଏ ମୁଖା ପିନ୍ଧି ଆସି ଲୁଟ୍ କରନ୍ତି ତ କିଏ … Read More

ଆସନ୍ତାକାଲିଠୁ ଦେଶରେ ଆରମ୍ଭ ହେବ ଜିଏସଟି ବଚତ୍ ଉତ୍ସବ

ନୂଆଦିଲ୍ଲୀ : ଆସନ୍ତାକାଲିରୁ ଜିଏସଟି ସଂସ୍କାର ଆରମ୍ଭ ହେବାକୁ ଯାଉଛି । ଏହାର ଦିନକ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ସମ୍ବୋଧନ କରି କହିଛନ୍ତି ଯେ, ଦେଶରେ ଜିଏସଟି ବଚତ୍ ଉତ୍ସବ ଆରମ୍ଭ ହେବାକୁ ଯାଉଛି । ଏହା ଆତ୍ମନିର୍ଭରଶୀଳ ଭାରତ … Read More

ଭୂମିକମ୍ପ ଝଟକାରେ ଦୋହଲିଲା ବାଂଲାଦେଶ

ବାଂଲାଦେଶ : ଭାରତର ପଡୋଶୀ ଦେଶ ବାଂଲାଦେଶରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୪.୦ ରହିଛି । ତେବେ ମିଆଁମାରରେ ୭.୭ ତୀବ୍ରତା ଭୂମିକମ୍ପ ଆସିବା ପରେ ଢାକା ଏବଂ ଚଟଗାଁ ସହିତ ବାଂଲାଦେଶର ବିଭିନ୍ନ ସ୍ଥାନରେ ଝଟକା … Read More

ପୁଣି ଆଫଗାନିସ୍ତାରେ ପଶିବ ଆମେରିକା ସେନା, ଏୟାରବେସ୍ ଫେରାଇବାକୁ ଚେତାବନୀ ଦେଲେ ଟ୍ରମ୍ପ

ଆମେରିକା : ଆଫଗାନିସ୍ତାରେ ପୁଣି ପଶିବ ଆମେରିକା ସେନା । ଆଫାଗାନିସ୍ତାନକୁ ବଗରାମ ଏୟାରବେସ୍ ମାଗିଲା ଆମେରିକା । ଟ୍ରମ୍ପ କହିଛନ୍ତି ଯେ, ବଗରାମ ଏୟାର ବେସ୍ ପୁଣି ଥରେ ଫେରି ପାଇବାକୁ ଚାହୁଁଛି ୱାସିଂଟନ୍ । ଖୁବ ଶୀଘ୍ର ଆମେରିକାକୁ ଏହା … Read More