ଗାଧୋଇବାକୁ ଯାଇ ପୋଖରୀରେ ବୁଡ଼ି ନାବାଳକ ମୃତ

ଯାଜପୁର: ଗାଧୋଇବାକୁ ଯାଇ ପୋଖରୀରେ ବୁଡି ନାବାଳକ ମୃତ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଅଳକୁଣ୍ଡ ଥାନା ଅନ୍ତର୍ଗତ ପ୍ରୀତିପୁର ନୂଆ ଗାଁରେ । ମୃତକ ହେଲେ ସ୍ଥାନୀୟ ଅଞ୍ଚଳର ସଞ୍ଜୟ କୁମାର ଦାସଙ୍କ ୧୪ … Read More

ଟିଏମସି ପକ୍ଷରୁ ୪୨ ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା, ୟୁସୁଫ ପଠାନଙ୍କୁ ମିଳିଲା ଟିକେଟ୍

କୋଲକାତା: ଲୋକସଭା ନିର୍ବାଚନ ୨୦୨୪ ପାଇଁ ଟିଏମସି ପକ୍ଷରୁ ରବିବାର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତାଲିକାରେ ୪୨ ଲୋକସଭା ଆସନ ପାଇଁ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। ତାଲିକାରେ ପୂର୍ବତନ କ୍ରିକେଟର ୟୁସୁଫ ପଠାନଙ୍କ ନାମ ରହିଛି। ତାଙ୍କୁ … Read More

କଟକ ଏସସିବି ମେଡିକାଲର ସମୀକ୍ଷା କଲେ କାର୍ତ୍ତିକ ପାଣ୍ଡିଆନ

କଟକ: କଟକ ଏସସିବି ମେଡିକାଲର ସମୀକ୍ଷା କଲେ 5T ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ। ଏସସିବି ଏମ୍ସ ପ୍ଲସ ଦିଗରେ ଆଗେଇ ଚାଲିଥିବା ବେଳେ ଏସସିବିର ନୂଆ ବିଲଡିଂ କାମ ବୁଲି ତଦାରଖ କରିଛନ୍ତି। କଟକରେ ବିଭିନ୍ନ କଲେଜର … Read More

ପଦ୍ମ ଛାଡି ସଙ୍ଗେ ସଙ୍ଗେ ହାତ ଧରିଲେ ସାଂସଦ ବ୍ରିଜେନ୍ଦ୍ର ଚୌଧୁରୀ

ଚଣ୍ଡିଗଡ଼: ହରିୟାଣାର ହିସାର ଲୋକସଭା ସାଂସଦ ବ୍ରିଜେନ୍ଦ୍ର ଚୌଧୁରୀ ବିଜେପିରୁ ଇସ୍ତଫା ଦେଇଛନ୍ତି। ସେ ସକାଳେ ଟୁଇଟ୍ କରି ଦଳ ଛାଡିବାକୁ ନିଷ୍ପତ୍ତି ନେଇଥିଲେ ଏବଂ ପରେ ଅପରାହ୍ନରେ କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ସହ ହାତ ମିଳାଇବା ପୂର୍ବରୁ ପୂର୍ବତନ … Read More

ଉଲଗ୍ନ ହୋଇ ଡାକ୍ତରଖାନାରେ ବୁଲିଲେ ଡାକ୍ତର

ମହାରାଷ୍ଟ୍ରର ଛତ୍ରପତି ସମ୍ଭାଜୀନଗର (ପୂର୍ବର ଔରାଙ୍ଗାବାଦ) ଜିଲ୍ଲାର ବିଡକିନ ସ୍ଥିତ ସରକାରୀ ଡାକ୍ତରଖାନାରେ ଜଣେ ଡାକ୍ତର ଉଲଗ୍ନ ହୋଇ ବୁଲିବାର ଭିଡିଓ ସାମ୍ନାକୁ ଆସିଛି। ଏହି ଡାକ୍ତର ଜଣଙ୍କ ସଦାବେଳେ ନିଶା ସେବନ କରନ୍ତି ବୋଲି ଜଣାପଡ଼ିଛି। ନିଶାସକ୍ତ ଅବସ୍ଥାରେ ସେ … Read More

ଯବାନଙ୍କ ଗୁଳିରେ ଛତ୍ରଭଙ୍ଗ ଦେଲେ ମାଓବାଦୀ

କନ୍ଧମାଳ: କନ୍ଧମାଳ ଜିଲ୍ଲା ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲରେ ସର୍ଚ୍ଚ ଅପରେସନ ବେଳେ ଏସ୍‌ଓଜି ଯବାନ – ମାଓବାଦୀ ମୁହାଁମୁହିଁ ହୋଇଥିଲେ । ୧୫ରୁ ୨୦ ମିନିଟ୍‌ ଧରି ସେମାନଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଯବାନଙ୍କ ପାଲଟା ଗୁଳିରେ ଛତ୍ରଭଙ୍ଗ ଦେଇଥିଲେ ମାଓ । ଗୁଳି ବିନିମୟ ବନ୍ଦ ହେବା ପରେ ଏସ୍‌ଓଜି ଯବାନମାନେ ଜଙ୍ଗଲରେ ସର୍ଚ୍ଚ ଅପେରସନ କରିଥିଲେ। ସର୍ଚ୍ଚ ଅପେରସନ ବେଳେ ସେଠାରେ ଏକ ମାଓ କ୍ୟାମ୍ପ ଠାବ ହୋଇଥିଲା। କ୍ୟାମ୍ପରୁ ୭ଟି ଉନ୍ନତ ମାନର ଗ୍ରେନେଡ, ୩ଟି ଜିଲୋଟିନ, ବିଦ୍ୟୁତ ତାର, ଉନ୍ନତ ଧରଣର ବ୍ଲାଷ୍ଟିଂ ମେସିନ ଓ ସୋଲାର ପ୍ୟାନେଲ ସହିତ ଅନ୍ୟାନ୍ୟ ବହୁ ସାମଗ୍ରୀ ଜବତ କରାଯାଇଛି। ସେଠାରେ ବଂଶଧାରା–ଘୁମସର–ନାଗାବଳୀ ମାଓ ସଂଗଠନର କ୍ୟାମ୍ପ ଚାଲିଥିଲା ଓ ପ୍ରାୟ ୧୫ ଜଣ ହାର୍ଡକୋର ମାଓ ଥିଲେ ବୋଲି କନ୍ଧମାଳ ଏସ୍‌ପି ଶୁଭେନ୍ଦୁ କୁମାର ପାତ୍ର ସୂଚନା ଦେଇଛନ୍ତି। ମାଓମାନେ ଦୁର୍ଗାପଙ୍ଗା ସଂରକ୍ଷିତ ଜଙ୍ଗଲରେ ଥିବା ନେଇ ବିଶେଷ ସୂତ୍ରରୁ ସୂଚନା ପାଇବା ପରେ ଏସ୍‌ଓଜି ଯବାନମାନେ ଗତ ୬ ତାରିଖରୁ କମ୍ବିଂ ଅପରେସନ ଆରମ୍ଭ କରିଥିଲେ।

ଜେଲରୁ ୨ କଏଦୀ ଫେରାର

ବଲଙ୍ଗୀର: ବଲାଙ୍ଗୀର ଟିଟିଲାଗଡ଼ ସବଜେଲରୁ ୨ ବିଚାରଧୀନ କଏଦୀ ଫେରାର । ହତ୍ୟା ଅଭିଯୋଗରେ ୨ବର୍ଷ ହେଲା ଜେଲରେ ଥିଲେ ୨ ଅଭିଯୁକ୍ତ । ଜେଲ ପାଚେରୀ ଡେଇଁ ବିଚାରଧୀନ କଏଦୀ ଫେରାର ହୋଇଯାଇଥିବା ସୂଚନା ରହିଛି । ଟିଟିଲାଗଡ଼ ଉପଖଣ୍ଡ … Read More

କ୍ରିଷ୍ଟିନା ଜିତିଲେ ମିସ୍‌ ୱାର୍ଲଡ୍ ୨୦୨୪ ମୁକୁଟ

ମିସ୍ ୱାର୍ଲଡ୍ ୨୦୨୪ର ବିଜେତା ହୋଇଛନ୍ତି ଚେକ୍ ରିପବ୍ଲିକ୍‌ର କ୍ରିଷ୍ଟିନା ପାଇସ୍କୋଭା। ଶନିବାର ମୁମ୍ବାଇର ଜିଓ ୱାର୍ଲ୍‌ଡ କନ୍‌ଭେନସନ ସେଣ୍ଟରରେ ଅନୁଷ୍ଠିତ ମିସ୍ ୱାର୍ଲଡ୍‌ର ୭୧ତମ ସଂସ୍କରଣର ଗ୍ରାଣ୍ଡ ଫିନାଲେରେ ୨୪ ବର୍ଷୀୟା କ୍ରିଷ୍ଟିନାଙ୍କୁ ବିଜୟୀ ଘୋଷଣା କରାଯାଇଥିଲା। ଲେବାନନର ୟସମୀନା … Read More

ଫନି ବାତ୍ୟା ଟଙ୍କା ହଡ଼ପ କରି ୨ ଗିରଫ

ଫନି ବାତ୍ୟା ଟଙ୍କା ହଡ଼ପ କରି ୨ ଗିରଫ। ଜଣ ପୂର୍ବତନ ବ୍ୟାଙ୍କ ମ୍ୟାନେଜର ଓ ଷଡ଼ଯନ୍ତ୍ରକାରୀଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା। ଅଭିଯୁକ୍ତ ପୂର୍ବତନ ବ୍ଯାଙ୍କ ମ୍ୟାନେଜର ସରୋଜ କାନ୍ତ ମହାପାତ୍ର ଓ ସହଯୋଗୀ ତଥା ଷଡ଼ଯନ୍ତ୍ରକାରୀ … Read More

ଅନୁଦାନପ୍ରାପ୍ତ ସ୍କୁଲର ମହିଳା କର୍ମଚାରୀଙ୍କୁ ମିଳିବ ୧୮୦ ଦିନର ମାତୃତ୍ୱ ଛୁଟି

ଭୁବନେଶ୍ୱର : ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚତର ଶିକ୍ଷା ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ବ୍ଲକ ଗ୍ରାଣ୍ଟ କର୍ମଚାରୀଙ୍କ ବିଭିନ୍ନ ସେବା ସୁବିଧା ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା । ଏହି ବ୍ଲକ ଗ୍ରାଣ୍ଟ କର୍ମଚାରୀମାନେ ବାର୍ଷିକ ପନ୍ଦର ଦିନର ସାମୟିକ ଛୁଟି ପାଇବେ। ଏଥି ସହିତ … Read More