ବିଭିନ୍ନ ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି ଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ବିଭିନ୍ନ ବିଭାଗରେ ୧୨୯୪ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି। ଏହାସହ ନବ ନିଯୁକ୍ତ କର୍ମଚାରୀଙ୍କୁ ଦିଗଦର୍ଶନ ଦେଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ଅର୍ଥ ବିଭାଗ, ଗ୍ରାମ୍ୟ ଉନ୍ନୟନ ବିଭାଗ, କ୍ରୀଡ଼ା ଓ ଯୁବସେବା … Read More

ପୁଲିସ ଇନଫର୍ମର ସନ୍ଦେହରେ ଦମ୍ପତିଙ୍କୁ ହତ୍ୟା କଲେ ମାଓବାଦୀ

ଫୁଲବାଣୀ:କନ୍ଧମାଳ ଜିଲ୍ଲାରେ ପୁଣି ମାଓବାଦୀ ରକ୍ତମୁଖା ହୋଇଛନ୍ତି। ଜିଲ୍ଲାର ଗୋଛାପଡ଼ା ଥାନା ଅନ୍ତର୍ଗତ ସଲାଗୁଡ଼ା ଗ୍ରାମ ପଞ୍ଚାୟତର ଗିଡାପଦର ଗ୍ରାମରେ ମାଓବାଦୀ ମାନେ ଦମ୍ପତିକୁ ହତ୍ୟା କରିଛନ୍ତି। ମୃତ ଦମ୍ପତିଙ୍କ ନାମ ଡାହିରା କହଁର ଏବଂ ତାଙ୍କ ପତ୍ନୀଙ୍କ ନାମ ବତସୀ … Read More

ବିଜେପି-ବିଜେଡି ମେଣ୍ଟ ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ: ବିଜୟପାଲ ସିଂ ତୋମାର

ଭୁବନେଶ୍ବର: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ପରେ ମେଣ୍ଟକୁ ନା କଲେ ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ ତୋମାର। ସେ କହିଛନ୍ତି, ମେଣ୍ଟ ନେଇ ଦିଲ୍ଲୀରେ କୌଣସି ଆଲୋଚନା ହୋଇନାହିଁ। ରାଜ୍ୟରେ ଦଳ ୮୦ରୁ ଅଧିକ … Read More

ଆମ ପାଇଁ ଜମି ଅପେକ୍ଷା ଲୋକେ ଅଧିକ ଗୁରୁତ୍ବପୂର୍ଣ୍ଣ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ନୀଳମାଧବ ନିବାସର ଲୋକାର୍ପଣ କରିଛନ୍ତି। ଏହି ଅବସରରେ ସେ କହିଛନ୍ତି, ଆମ ପାଇଁ ଜମି ଅପେକ୍ଷା ଲୋକେ ଅଧିକ ଗୁରୁତ୍ବପୂର୍ଣ୍ଣ। ସହରରେ କେହି ଝୁମ୍ପୁଡ଼ି ଘରେ ରହିବେ ନାହିଁ। ଏଥିପାଇଁ ଆବାସ ଯୋଜନା ଜରିଆରେ … Read More

ରାଜ୍ୟରେ ୧୧ରୁ ବଢିବ ତାତି

ଭୁବନେଶ୍ବର : ୨ ଦିନ ପରେ ରାଜ୍ୟରେ ପୁଣି ବଢିବ ତାତି। ଆଗାମୀ ୧୧ ତାରିଖରୁ ପରବର୍ତ୍ତୀ ୩ ଦିନ ମଧ୍ୟରେ ରାଜ୍ୟର ଅନେକ ସ୍ଥାନରେ ଦିନର ସର୍ବାଧିକ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବୃଦ୍ଧି ହେବାର ସମ୍ଭାବନା ରହିଛି। … Read More

ବଡଦେଉଳରୁ ଖସିଲା ପଥର

ପୁରୀ : ବଡଦେଉଳରୁ ଖସିଛି ପଥର। ବଡଦେଉଳକୁ ଲାଗି ରହିଥିବା ବରାହ ମନ୍ଦିରରୁ ଆଜି ଭୋରରୁ ଏକ ପଥର ଖସିଛି। ପଥରଟି ଖସି ଏକାଦଶୀ ମନ୍ଦିର ଟିଣ ଛାତରେ ପଡ଼ିଥିଲା। ପରେ ପଥରଟି ତଳେ ପଡ଼ିଯାଇଥିଲା। ପଥର ଓଜନ ପ୍ରାୟ ଏକ … Read More

‘ମେଣ୍ଟ ହେଉ କି ନ ହେଉ, ବିଜେଡ଼ି ୧୧୦ରୁ ଅଧିକ ସିଟ୍‌ରେ ଜିତିବ’

ଭୁବନେଶ୍ବର : ମେଣ୍ଟ ବାବଦରେ ଆମେ ଶୁଣୁଛୁ। ଚୂଡ଼ାନ୍ତ ନିଷ୍ପତ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନେବେ। ମେଣ୍ଟ ହେଉ କି ନହେଉ, ବିଜେଡ଼ି ୧୧୦ରୁ ଅଧିକ ସିଟରେ ଜିତିବାର ଜିତିବାର ଅଛି। ଆଜି ଏପରି କହିଛନ୍ତି ବିଜେଡି ବିଧାୟକ ନୃସିଂହ ଚରଣ … Read More

ଧକ୍କା ହେବା ପରେ ଜଳିଗଲା ୨ ବାଇକ୍

ଭଦ୍ରକ : ଗୋଟିଏ ବାଇକ୍‌କୁ ପଛରୁ ପିଟିଲା ଆଉ ଏକ ବାଇକ୍। ଏହା ପରେ ଦୁଇଟି ଯାକ ବାଇକ୍‌ରେ ଲାଗିଯାଇଥିଲା ନିଆଁ। ଏହି ଘଟଣାରେ ଜଣେ ବାଇକ୍ ଆରୋହୀ ଗୁରୁତର ଆହତ ହୋଇଛନ୍ତି। ଘଟଣାଟି ଘଟିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା … Read More

ବିଜେଡିକୁ ପ୍ରଦୀପଙ୍କ ଖୋଲା ଚ୍ୟାଲେଞ୍ଜ- ଦମ୍‌ ଅଛି ତ ଏକା ଲଢ଼

ଭୁବନେଶ୍ବର : ରାଜ୍ୟରେ ବିଜେଡି ଓ ବିଜେପି ମଧ୍ୟରେ ନିର୍ବାଚନୀ ମେଂଟ ଚର୍ଚ୍ଚା ଉପରେ ଗତକାଲି ପୂର୍ଣ୍ଣଛେଦ ପକାଇଛନ୍ତି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟ ବିଜେପି ପକ୍ଷରୁ ଗତକାଲି ସକାଳେ ଓ ସନ୍ଧ୍ୟାରେ ଆନୁଷ୍ଠାନିକ ଭାବେ ଦୁଇଥର … Read More

ପରିବାର ଲୋକଙ୍କ ସହ ଭୋଜି କରିବାକୁ ଆସି ଇବ୍ ନଦୀରେ ବୁଡ଼ିଗଲେ ୩ ନାବାଳକ

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲା ସେମିନାରେ ୩ ଜଣ ନାବାଳକ ଇବ୍ ନଦୀରେ ଗାଧୋଉ ଥିବା ବେଳେ ନିଖୋଜ ହୋଇଯାଇଛନ୍ତି। ଖବର ଲେଖାଯିବା ସୁଦ୍ଧା ସେମାନଙ୍କୁ ଠାବ କରାଯାଇପାରି ନାହିଁ। ଏହି ତିନି ନାବାଳକଙ୍କ ମଧ୍ୟରୁ ଜଣଙ୍କୁ ୧୫ ବର୍ଷ ହୋଇଥିବା … Read More