People v

ବନ୍ୟା ଘେରରେ ଫସିଥିବା ୧୩ ଲୋକଙ୍କୁ ୧୦ ଘଣ୍ଟା ପରେ ଉଦ୍ଧାର କଲା ଅଗ୍ନିଶମ ବାହିନୀ

Spread the love

କଣ୍ଟାବାଞ୍ଜି : ବଲାଙ୍ଗୀର ଉନ୍ଦେର ନଦୀ ବନ୍ୟା ପାଣିରେ ଫସିଥିଲେ ୧୩ ଜଣ । ୧୦ ଘଣ୍ଟା ପରେ ଉଦ୍ଧାର କଲା ଅଗ୍ନିଶମବାହିନୀ । ବଙ୍ଗୋମୁଣ୍ଡା ବ୍ଲକ ଶୁଣ୍ଢୀମୁଣ୍ଡା ଗାଁର ୪ ଜଣ , ଗନ୍ଧର୍ଲା ଗାଁର ୫ ଜଣ ଏକ କୁକୁଡ଼ା ଫାର୍ମରେ ଫସି ରହିଥିଲେ । ଏହାସହ ଟିଟିଲାଗଡ଼ ବ୍ଲକ କଣ୍ଡରା ଗାଁରେ ମଧ୍ୟ ୪ ଜଣ ଫସି ରହିଥିଲେ। ଦୀର୍ଘ ସମୟ ଧରି ବଙ୍ଗୋମୁଣ୍ଡା ଓ ଟିଟିଲାଗଡ଼ ଅଗ୍ନିଶମ ବାହିନୀ ଅକାଳ ପରିଶ୍ରମ କରି ଭୋର ୪ ଟାରେ ସମସ୍ତ ଙ୍କୁ ଉଦ୍ଧାର କରିଛନ୍ତି। ଟିଟିଲାଗଡ଼ ଉପଜିଲ୍ଲାପାଳ, ବଙ୍ଗୋମୁଣ୍ଡା ତହସିଲଦାର,ବଙ୍ଗୋମୁଣ୍ଡା ବିଡ଼ିଓ ଓ ଟିଟିଲାଗଡ଼ ତହସିଲଦାର ଉପସ୍ଥିତ ଥିଲେ।

ସେପଟେ ସମ୍ବଲପୁରରେ ଲଗାଣ ବର୍ଷାରେ ଭାଙ୍ଗିଲା ପୋଲ । ଯୋଗାଯୋଗ ବିଛିନ୍ନ, ଅସ୍ଥବ୍ୟସ୍ତ ଜନ ଜୀବନ, ରେଢାଖୋଲରେ ଲଘୁଚାପ ଜନୀତ ଲଗାଣ ବର୍ଷା ଯୋଗୁଁ ବନ୍ୟା ସ୍ରୁଷ୍ଟି ହୋଇଛି I ସମ୍ବଲପୁର ଜିଲା ରେଢାଖୋଲ ବ୍ଲକ ବଡ଼ମାଳ ପଞ୍ଚାୟତ ଚେମିଠି ନାଳର ପୋଲ ଭାଙ୍ଗିଲା । ସୋନପୁର,ବିରମହାରାଜପୁର, ସମ୍ବଲପୁର ଭାୟା ରେଙ୍ଗାଲି ବଡ଼ମାଳ ରାସ୍ତାରେ ଯୋଗାଯୋଗ ବିଚ୍ଛିନ୍ନ । ହରିହର ଜୋର ଓ ସୁରୁବାଲି ଜୋରରେ ବଢୁଛି ଜଳସ୍ତର। ଏହାସହ ୩୦ ଗାଁ ଯୋଗାଯୋଗ ବିଛିନ୍ନ ହୋଇଥିବା ସୂଚନା I ସ୍କୁଲ,କଲେଜ,ଆମ୍ବୁଲାନ୍ସ ଯିବା ଆସିବାରେ ବାଧାପ୍ରାପ୍ତ ହୋଇଛି । .

Leave a Reply

Your email address will not be published. Required fields are marked *