Dam c

ଭାଙ୍ଗିଲା କାନପୁର ନଦୀବନ୍ଧର କପର୍ ଡ୍ୟାମ୍ , ନଦୀ ନିକଟକୁ ଯିବାକୁ ବାରଣ

Spread the love

ଯୋଡ଼ା : ଭାଙ୍ଗିଲା କପର୍ ଡ୍ୟାମ୍ । କେନ୍ଦୁଝର ଯୋଡ଼ା ବ୍ଲକ୍ ବାସୁଦେବପୁର ଠାରେ ବୈତରଣୀ ଉପରେ ନିର୍ମାଣାଧୀନ କାନୁପୁର ବୃହତ୍ ଜଳସେଚନ ପ୍ରକଳ୍ପର କପର୍ ଡ୍ୟାମ୍ ଭାଙ୍ଗିଯାଇଛି । ସେଠାରେ ବାଜୁଛି ସତର୍କ ସାଇରନ୍ । ଡ୍ୟାମର ସ୍ପିଲଓ୍ବେ ନିର୍ମାଣ କାମ ପାଇଁ ସ୍ପିଲଓ୍ବେ ନିକଟରେ ମାଟିର ବନ୍ଧ ନିର୍ମାଣ କରାଯାଇଥିଲା । ତେବେ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ଡ୍ୟାମରେ ବିପୁଳ ପରିମାଣର ବର୍ଷାଜଳ ପ୍ରବେଶ କରୁଥିବାରୁ ଏହି ମାଟିବନ୍ଧ ଭାଙ୍ଗିଯାଇଛି । ଡ୍ୟାମର ସ୍ଥିତି ପରଖିବା ପାଇଁ ଚମ୍ପୁଆ ଉପଜିଲ୍ଲାପାଳ, ବଡ଼ବିଲ ତହସିଲଦାର ଡ୍ୟାମ କତ୍ତୃପକ୍ଷଙ୍କ ସହିତ ଡ୍ୟାମ ପରିଦର୍ଶନ କରି ଡ୍ୟାମର ସ୍ଥିତି ପରଖିଛନ୍ତି । ମୁଖ୍ୟ ଡ୍ୟାମ୍ ର ୬ଟି ରେଡିୟାଲ ଏବଂ ୨ ଟି ଡିପ୍ଲିସନ୍ ସ୍କୁଇସ୍ ଗେଟ୍ ଖୋଲାଯାଇଛି । ୮ ଟି ଗେଟ୍ ମାଧ୍ୟମରେ ପ୍ରତି ସେକେଣ୍ଡକୁ ୫୦୦ ରୁ ୭୦୦ କ୍ୟୁସେକ୍ ବନ୍ୟାଜଳ ଛଡ଼ା ଯାଉଛି ।

ଲୋକଙ୍କୁ ନଦୀ ନିକଟକୁ ନଯିବା, ନଦୀ ପାର ହେବା କିମ୍ବା ପାଣିରେ ପ୍ରବେଶ ନକରିବାକୁ, ଛୋଟ ପିଲା ଓ ଗୃହପାଳିତ ପଶୁଙ୍କୁ ଦୂରରେ ରଖିବାକୁ ପରାମର୍ଶ ଦିଆଯାଇଛି। ପ୍ରଶାସନର ସୂଚନା କିମ୍ବା ସ୍ଥାନାନ୍ତର ନିର୍ଦ୍ଦେଶକୁ ତୁରନ୍ତ ପାଳନ କରିବା, ଗୁଜବ ପ୍ରଚାର ନକରିବା, କେବଳ ସରକାରୀ ସୂଚନା ଉପରେ ବିଶ୍ୱାସ କରିବାକୁ କୁହାଯାଇଛି ।

Leave a Reply

Your email address will not be published. Required fields are marked *