Earthquake 1

ଇଣ୍ଡୋନେସିଆରେ ୫.୨ ତୀବ୍ରତାର ଭୂମିକମ୍ପ

Spread the love

ଇଣ୍ଡୋନେସିଆ: ଇଣ୍ଡୋନେସିଆରେ ରବିବାର ସକାଳୁ ଭୂମିକମ୍ପର ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୨ ରେକର୍ଡ କରାଯାଇଛି । ନ୍ୟାସନାଲ ସେଣ୍ଟର ଫର୍ ସିସ୍ମୋଲୋଜି (NCS) ସୂଚନା ଅନୁଯାୟୀ, ସକାଳ ୫ଟା ୭ ମିନିଟରେ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପର କେନ୍ଦ୍ରସ୍ଥଳ ଭୂପୃଷ୍ଠରୁ ୧୦ କିଲୋମିଟର ଗଭୀରରେ ଥିଲା ।

ସକାଳ ସମୟରେ ଭୂମିକମ୍ପ ହୋଇଥିବାରୁ ଅଧିକାଂଶ ଲୋକ ନିଜ ଘରେ ଥିଲେ । ଭୂମିକମ୍ପର ତୀବ୍ର ଝଟକା ଅନୁଭୂତ ହେବା ପରେ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା । ଭୟରେ ଲୋକମାନେ ଘରୁ ବାହାରକୁ ଦୌଡ଼ି ଆସିଥିଲେ। ଫଳରେ ଚାରିଆଡ଼େ ଆତଙ୍କ ଓ ଅଫରାତଫରିର ପରିସ୍ଥିତି ସୃଷ୍ଟି ହୋଇଥିଲା । ଭୂମିକମ୍ପର ତୀବ୍ରତା ଏବଂ ଗଭୀରତା ଏହାର ପ୍ରଭାବକୁ ବୁଝିବା ପାଇଁ ଗୁରୁତ୍ୱପୂର୍ଣ୍ଣ । ତେବେ ଏହି ଭୂମିକମ୍ପ ଯୋଗୁଁ କେତେ କ୍ଷୟକ୍ଷତି ହୋଇଛି, ସେନେଇ ଏପର୍ଯ୍ୟନ୍ତ କୌଣସି ସୂଚନା ସାମ୍ନାକୁ ଆସିନାହିଁ । ସେହିପରି କେହି ଆହତ ହୋଇଥିବା କିମ୍ବା ଜୀବନ-ଜୀବିକାର କ୍ଷତି ହୋଇଥିବା ନେଇ ମଧ୍ୟ କୌଣସି ସୂଚନା ନାହିଁ ।

Leave a Reply

Your email address will not be published. Required fields are marked *