Delhi Aiims

ଆଖି ବୁଜିଲେ କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ

Spread the love

ଭୁବନେଶ୍ବର/ବ୍ରହ୍ମପୁର: ଆଖିବୁଜିଲେ କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ। ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଥିବା ଜଣାଯାଇଛି। ସେ ନିଆଁରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ। ଦୁଇ ଦିନ ତଳେ ତାଙ୍କର ସ୍ବାସ୍ଥ୍ୟ ବିଗିଡ଼ିଯିବାରୁ ତାଙ୍କୁ ଭେଣ୍ଟିଲେଟର୍ରେ ରଖାଯାଇଥିଲା। ମୃତ୍ୟୁ ପୂର୍ବରୁ ତାଙ୍କୁ ସ୍ତ୍ରୀ ସନ୍ଧ୍ୟା ଓ ଶାଳକ ପେଟ୍ରୋଲ୍ ଢାଳି ପୋଡ଼ି ଦେଇଥିଲେ ବୋଲି ଆଶୁତୋଷ ମୃଦଙ୍ଗିଆ କହିଥିଲେ।
ବ୍ରହ୍ମପୁର ବିଜିପୁରସ୍ଥିତ ପୁଲିସ କ୍ୱାର୍ଟର୍ସରେ ଜଣେ କନେଷ୍ଟବଳ ଆଶୁତୋଷ ମୃଦଙ୍ଗିଆ ରାତିରେ ସେ ନିଜ ଦେହରେ ପେଟ୍ରୋଲ୍‌ ଢାଳି ନିଆଁ ଲଗାଇ ଦେଇଥିଲେ। ହୁତୁହୁତୁ ହୋଇ ଜଳୁଥିବା ଅବସ୍ଥାରେ ସେ ଜୀବନ ବଞ୍ଚାଇବା ପାଇଁ ଜଣେ ପୁଲିସ ହାବିଲଦାରଙ୍କ କ୍ବାର୍ଟର୍ସ ଭିତରେ ପଶିଯାଇଥିଲେ।
ଫଳରେ ହାବିଲଦାରଙ୍କ ଘରର କିଛି ଆସବାବପତ୍ର ମଧ୍ୟ ପୋଡ଼ିଯାଇଛି। ଆଶୁତୋଷ ଓଏମ୍‌ଭିଡିରେ କନେଷ୍ଟବଳ ଭାବେ କାର୍ଯ୍ୟରତ ଥିଲେ। ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଏମ୍‌କେସିଜି ବଡ଼ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଶରୀରର ୬୦ ପ୍ରତିଶତ ପୋଡ଼ିଯାଇଥିବାରୁ ସେ ବର୍ତ୍ତମାନ ମୃତ୍ୟୁ ସହ ସଂଗ୍ରାମ କରୁଥିବା ଓ ଅଧିକ ଚିକିତ୍ସା ଲାଗି ଏମ୍ସ ସ୍ଥାନାନ୍ତର କରାଯାଇଥିଲା।

Leave a Reply

Your email address will not be published. Required fields are marked *