Untitled 11 copy

ବିଜେପିକୁ ଘେରିଲା ବିଜେଡି, ୨ ବର୍ଷରେ ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲେ ରଣେନ୍ଦ୍ର

Spread the love

ଭୁବନେଶ୍ବର ୧୦।୬:୨୪ ମାସରେ ରାଜ୍ୟ ସରକାରଙ୍କ ୧୨ ବିଫଳତା ବଖାଣିଲା ବିଜେଡି।ସରକାରଙ୍କୁ ଘେରିଲେ ବିଜେଡିର ବରିଷ୍ଠ ବିଧାୟକ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।ପ୍ରେସ୍ମିଟ୍କରିବିଜେପି ସରକାରଙ୍କ ଦୁଇ ବର୍ଷର ୧୨ ୟୁ-ଟର୍ଣ୍ଣ ଗଣାଇଲେ ।

୧. ଭତ୍ତା ପ୍ରସଙ୍ଗ

ଭତ୍ତା ପାଉନାହାନ୍ତି ହିତାଧିକାରୀ । ସଂକଳ୍ପ ପତ୍ରରେ କହିଥିଲେ ସମସ୍ତ ହିତାଧିକାରୀଙ୍କୁ ଭତ୍ତା ୩୫୦୦ ଟଙ୍କା ଦିଆଯିବ, ହେଲେ ଦେଉନାହାନ୍ତି । ନବୀନ ବାବୁ ଯେଉଁ ୧୦୦୦ ଟଙ୍କା ଦେଉଥିଲେ ତାକୁ ବି ୩ ମାସ ହେଲା ଦେଉନାହାନ୍ତି ହିତାଧିକାରୀ ମାନଙ୍କୁ । ନୂଆ ନିୟମ ଆଣିଲେ ୮୦ ବର୍ଷର ଉର୍ଦ୍ଧ ଲୋକଙ୍କୁ ଦିଆଯିବ, ନିର୍ବାଚନ ବେଳେ ଲୋକଙ୍କୁ ମିଛ ପ୍ରତିଶ୍ରୁତି ଦେଇଥିଲେ ।

୨. ଇନପୁଟ୍ ସବ୍‌ସିଡି

ବିଜେପି କହିଥିଲା ଚାଷୀଙ୍କୁ ୮୦୦ ଟଙ୍କା ଇନପୁଟ୍ ସବସିଡି ଦେବେ, ଚଳିତ ଖରିଫରେ ତାହା କମାଇଦେଲେ । ଚାଷୀଙ୍କୁ ଧୋକା ଦେଲେ । ଚାଷୀ ପିଛା ୧୫୦ କ୍ବିଣ୍ଟାଲ ୧୦୦୦ ସିଲିଂ ଲଗାଇଛନ୍ତି ଯାହା ସଂକଳ୍ପ ପତ୍ରରେ ନଥିଲା, ଚାଷୀଙ୍କୁ ଭଣ୍ଡେଇଲେ ।

୩. ସୁଭଦ୍ରା ଯୋଜନା

ସୁଭଦ୍ରା ଯୋଜନାକରେ ବର୍ଷରେ ୫୦ ହଜାର ଦେବେ ବୋଲି ଘୋଷଣା କରିଥିଲେ । କିନ୍ତୁ ପ୍ରଥମ କ୍ୟାବିନେଟ୍‌ରେ ୧୦ ହଜାର ଟଙ୍କା ଦେବେ ବୋଲି ନିଷ୍ପତ୍ତି ନେଲେ । ୟୁଟର୍ଣ୍ଣ ମାରିଲେ ।

୪. ଜଗନ୍ନାଥ ମନ୍ଦିର

ଜଗନ୍ନାଥ ସଂସ୍କୃତି କଥା କହୁଛନ୍ତି, ଏହା ପ୍ରତାରଣା । ଶୀତତାପ ନିୟନ୍ତ୍ରିତ ସେଡ୍‌କୁ ହଟାଇ ଦେଲେ । ଭକ୍ତ ଡହଳ ବିକଳ ହେଉଛନ୍ତି । ଆଇନ ମନ୍ତ୍ରୀ କହିଥିଲେ, ମନ୍ଦିରରେ ଧାଡ଼ି ଦର୍ଶନ ହେବ । କାର୍ଯ୍ୟକାରୀ ହୋଇପାରିଲାନି । ମାଗଣାରେ ମହାପ୍ରସାଦ ମିଳିବ, ହେଲେ ଘୋଷଣା କାର୍ଯ୍ୟକାରୀ ହେଲାନାହିଁ । ଶ୍ରୀମନ୍ଦିର ଚାବି ହଜିବା ରିପୋର୍ଟ ଗୃହରେ ରଖିବେ କହିଥିଲେ । ହେଲେ ଭୁଲିଗଲେ, ୟୁ ଟର୍ଣ୍ଣ ନେଇଗଲେ ।

୫. ଛାତ୍ର ସଂସଦ ନିର୍ବାଚନ

ଶିକ୍ଷା ମନ୍ତ୍ରୀ କହିଥିଲେ ୨୫-୨୬ରେ ଛାତ୍ର ସଂସଦ ନିର୍ବାଚନ ହେବ ବୋଲି ଘୋଷଣା କରିଥିଲେ । ହେଲେ ୨୫ରେ କଲେନି । ଏ ବର୍ଷ କରିବେ କି ନାହିଁ ସନ୍ଦେହ । ଛାତ୍ରଛାତ୍ରୀଙ୍କୁ ଧୋକା ଦେଲେ ।

୬. ମିଡ୍ ଡେ’ ମିଲ୍‌ରେ କ୍ଷୀର

ରାଜ୍ୟ ସରକାର ନୂତନ ଯୋଜନା ଅଧୀନରେ ଛାତ୍ରଛାତ୍ରୀଙ୍କୁ ମିଡ୍ ଡେ’ ମିଲ୍ରେ କ୍ଷୀର ୨୦୦ ମି.ଲି. ପ୍ରଦାନ କରିବେ କହିଥିଲେ, ହେଲେ ଏଯାଏଁ ମିଳିଲାନି ।

୭. ଦରମା ବୃଦ୍ଧି

ସରକାର ବିଧାୟକ, ମନ୍ତ୍ରୀ, ପୂର୍ବତନ ବିଧାୟକଙ୍କ ଦରମା ଓ ଭତ୍ତା ବଢେଇବା କଥା କହିଥିଲେ । ହେଲେ ପରେ ବାଧ୍ୟ ହେଇ ନିଷ୍ପତ୍ତି ପ୍ରତ୍ୟାହାର କଲେ । ୟୁ ଟର୍ଣ୍ଣ ନେଇଗଲେ ।

୮. ମେଟ୍ରୋ ପ୍ରକଳ୍ପ

ନବୀନ ପଟ୍ଟନାୟକ ମେଟ୍ରୋ ପ୍ରକଳ୍ପ ଶୁଭାରମ୍ଭ କରିଥିଲେ । ସରକାର ଆସିବା ପରେ ଏ ପ୍ରକଳ୍ପ ବନ୍ଦ କରିଦେଲେ । ଲୋକଙ୍କ ଆକ୍ରୋଶ ଶିକାର କରିବା ପରେ କହିଲେ ଏହାକୁ ସ୍ଥଗିତ ରଖାଯାଇଛି । ୟୁ ଟର୍ଣ୍ଣ ନେଲେ ।

୯. ପ୍ରଦୂଷଣ ସାର୍ଟିଫିକେଟ୍

ପରିବହନ ମନ୍ତ୍ରୀ କହିଥିଲେ ବିନା ପ୍ରଦୂଷଣ ସାର୍ଟିଫିକେଟ୍‌ରେ ପେଟ୍ରୋଲ ପମ୍ପରେ ତେଲ ମିଳିବ ନାହିଁ । ଲୋକ ପିୟୁସିସି ସେଣ୍ଟର ଆଗରେ ଲାଇନ ଲଗାଇଲେ । ଆକ୍ରୋଶର ଶିକାର ହୋଇ ଏହି ନୋଟିଫିକେଶନକୁ ପ୍ରତ୍ୟାହାର କଲେ ।

୧୦. ବିଜୁ ପଟ୍ଟନାୟକ ଖେଳ ପୁରସ୍କାର

ପୂର୍ବରୁ ବିଜୁ ପଟ୍ଟନାୟକ ଖେଳ ପୁରସ୍କାର ନାମ ପରିବର୍ତ୍ତନ କରିବାକୁ ନୋଟିଫିକେଶନ କଲେ । ପରେ ପ୍ରତ୍ୟାହାର କରିନେଲେ ।

୧୧. ଆସନ ସଂରକ୍ଷଣ

ପଞ୍ଚୟତରେ ଆସନ ସଂରକ୍ଷଣ ଚୂଡ଼ାନ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ପୁଣି ପରେ ଏହାକୁ ପ୍ରତ୍ୟାହାର କରିଦେଲେ ।

୧୨. ମଦ ବନ୍ଦ

ବିଜେପି ନେତା କହିଲେ ଓଡ଼ିଶାରେ ମଦ ବନ୍ଦ କରିବେ, କମେଇବେ, ସରକାରକୁ ଆସିବା ପରେ ୟୁ-ଟର୍ଣ୍ଣ ନେଇଗଲେ । ମଦ ବନ୍ଦ ପରିବର୍ତ୍ତେ ପ୍ରସାର କଲେ । ଗୁଟଖା ନିକୋଟିନ ବନ୍ଦ କରିବା ପାଇଁ କହିଥିଲେ, ନୋଟିଫିକେଶନ କରିଥିଲେ । ଗୁଟଖା ଲବିରେ ଚାପି ହୋଇ ଏହାକୁ ପ୍ରତ୍ୟାହାର କରିନେଲେ ।

Leave a Reply

Your email address will not be published. Required fields are marked *