Drown

ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ, ଜଣେ ମୃତ, ୨ ନିଖୋଜ

Spread the love

ତାଳଚେର : ବ୍ରାହ୍ମଣୀ ନଦୀରେ ଭାସିଗଲେ ୩ ସାଙ୍ଗ ।  ଜଣେ ମୃତ, ଦୁଇ ନିଖୋଜ ।  ତାଳଚେର ବ୍ରାହ୍ମଣୀ ନଦୀରେ ଅଘଟଣ ଘଟିଛି ।   ତାଳଚେର  ବ୍ରାହ୍ମଣୀ ନଦୀରେ ଗାଧେଇବା ବେଳେ ବୁଡ଼ି ଗଲେ ତିନି ଜଣ ସାଙ୍ଗ  l ଜଣେ ଉଦ୍ଧାର ଦୁଇ ଜଣ ନିଖୋଜ ଥିବା ଜଣାପଡ଼ିଛି  l ଉଦ୍ଧାର ହୋଇ ସ୍ଥାନୀୟ  ଡାକ୍ତରଖାନାକୁ ନିଆଯାଇଥିବା ଯୁବକଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି ।

ସମସ୍ତ ତିନି ଜଣ ସାଙ୍ଗ ତାଳଚେର ଷ୍ଟେସନ ଅଞ୍ଚଳର ହୋଇଥିବା ଜଣାପଡ଼ିଛି ।  ମୃତକ ଜଣକ ଗଣେଶ ଗୋଛାୟତ ହୋଇଥିବା ବେଳେ ନିଖୋଜ ଦୁଇଜଣ ଶକ୍ତି ସାହୁ ଓ ପ୍ରିନ୍ସ ଲୁହାର  ହୋଇଥିବା ଜଣାପଡିଛି ।   ଆଖଣ୍ଡଳ ମନ୍ଦିର ନିକଟ ତୁଠକୁ ସାତ ଜଣ ସାଙ୍ଗ  ଗାଧୋଇବାକୁ ଆସିଥିବା  ବେଳେ ଗଭୀର ସ୍ରୋତରେ ତିନି ଜଣ ବୁଡି ଯାଇଥିଲେ ।  ଘଟଣା ସ୍ଥଳରେ ତାଳଚେର ଅଗ୍ନିଶମ ବିଭାଗ ଉଧାର କାର୍ଯ୍ୟ ଜାରୀ ରଖିଛି ।

Leave a Reply

Your email address will not be published. Required fields are marked *