Women rape

ରାଜଧାନୀରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

Spread the love

ଭୁବନେଶ୍ୱର: ରାଜଧାନୀରେ ଚାଞ୍ଚଲ୍ୟ । ଧଉଳି ଅଞ୍ଚଳରେ ଯୁବତୀଙ୍କୁ ଦୁଷ୍କର୍ମ । ହଷ୍ଟେଲରୁ ନେଇ ହୋଟେଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ତଦନ୍ତ କରୁଛି ଧଉଳି ଥାନା ପୋଲିସ । ପୀଡ଼ିତା ଜଣକ ହଷ୍ଟେଲରେ ରହୁଥିଲେ । ଗତକାଲି କୌଣସି କାରଣରରୁ ହୋଟେଲକୁ ଡାକିଥିଲେ ପୁରୁଷ ବନ୍ଧୁ । ପରେ ହୋଟେଲରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ଡାକ୍ତରୀ ମାଇନା ସହ ଅଭିଯୁକ୍ତକୁ ଧରିବାକୁ ତନାଘନା କରୁଛି ପୋଲିସ ।

ସେହିପରି ଗତ ମାସରେ ମଧ୍ଯ ରାଜଧାନୀରେ ଦେଖାଦେଇଥିଲା ଲଜ୍ଜାଜନକ ଘଟଣା । ବୟଫ୍ରେଣ୍ଡ୍ ରୁମରେ ଗଲଫ୍ରେଣ୍ଡକୁ ଗଣଦୁଷ୍କର୍ମ । ଇଞ୍ଜିନିୟରିଂ ଛାତ୍ରୀକୁ ଗଣଦୁଷ୍କର୍ମ ଅଭିଯୋଗ ହୋଇଥିଲା । ଭୁବନେଶ୍ବର ଇନଫୋଭ୍ୟାଲି ଥାନା କାଇମାଟିଆ ଅଞ୍ଚଳରେ ଘଟଣା ଘଟିଥିଲା । ଘଟଣାରେ ସମ୍ପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କଲା କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତ ହେଲେ ସିପୁନ ବେହେରା,ରଞ୍ଜନ ବେହେରା ,ଶୁଭଙ୍କର ପାଢ଼ୀ ଓ ରତିକାନ୍ତ । ଦୁଷ୍କର୍ମ ପଛରେ ବୟଫ୍ରେଣ୍ଡ ଓ ତାର ସାଙ୍ଗ ସାମିଲ ଥିଲେ । ଅଭିଯୁକ୍ତକୁ ଗିରଫ ପରେ ତଦନ୍ତ କରିଥିଲା ପୋଲିସ ।

Leave a Reply

Your email address will not be published. Required fields are marked *