ଓପିଏସ୍ସି ପରୀକ୍ଷାରେ କପି କରି ଗିରଫ ହେଲେ ପରୀକ୍ଷାର୍ଥୀ
କଟକ: ଓପିଏସସି ପରୀକ୍ଷାରେ କପି କରି ଫସିଗଲେ ପରୀକ୍ଷାର୍ଥୀ। ଓପିଏସ୍ସି ପରୀକ୍ଷାରେ କପି କରି ଗିରଫ ହେଲେ ପରୀକ୍ଷାର୍ଥୀ। ଫିଲ୍ମ ଷ୍ଟାଇଲ୍ରେ କପି କରୁଥିବା ବେଳେ ଗିରଫ କରିଛି ପୋଲିସ। କପି କରୁଥିବା ପରୀକ୍ଷାର୍ଥୀଙ୍କୁ ସ୍କ୍ୱାଡ ଟିମ ଧରିଥିବା ବେଳେ ଗିରଫ କରିଛି କଟକ ମର୍କତନଗର ଥାନା ପୋଲିସ। ପରୀକ୍ଷାର୍ଥୀ ସହ ଅନ୍ୟ ୩ ଜଣଙ୍କୁ ଗିରଫ କଲା ପୋଲିସ। ମୁନା ଭାଇ ଏମବିଏସ ଫିଲ୍ମରେ ମୁନ୍ନା ଭାଇ ହୋଇଥିବା ସଞ୍ଜୟ ଦତ୍ତ ଯେଉଁଭଳି ପରୀକ୍ଷା ହଲରେ କପି କରୁଥିଲେ, ଠିକ ସେହିଭଳି କପି କରୁଥିବା ବେଳେ ଧରାପଡ଼ିଛନ୍ତି ପରୀକ୍ଷାର୍ଥୀ ଜଣକ।
ପ୍ୟାଣ୍ଟ ଭିତରେ ଫୋନ ରଖି କାନରେ ଇୟରବଡ ଲଗାଇଥିଲେ । ଫୋନ୍ କଲ୍ରେ ଡକାଯାଉଥିଲା ପ୍ରଶ୍ନ। ପ୍ରଶ୍ନ ଶୁଣି ଗୁଗୁଲ୍ ସର୍ଚ୍ଚ କରି ସେଣ୍ଟର ବାହାରେ ୩ ଯୁବକ ଦେଉଥିଲେ ତମାମ ଉତ୍ତର। ପୂରା ବଲିଉଡ୍ ଫିଲ୍ମ ଢାଞ୍ଚାରେ ଓଡ଼ିଶା ପ୍ରଶାସନିକ ସେବା (ଓପିଏସସି) ପରୀକ୍ଷାରେ କରାଯାଉଥିଲା କପି। ହଠାତ୍ ସ୍କ୍ୱାଡ ପଶି ଯାଞ୍ଚ୍ କରିବାରୁ ଧରାପଡ଼ିଗଲେ ପରୀକ୍ଷାର୍ଥୀ ଅଭିଷେକ ରାଉତ।
