Joda

ପ୍ରେମିକାକୁ ଛୁରୀ ଭୁସି ହତ୍ୟା, ୨୭ ଦିନ ପରେ ଗଳିତ ମୃତଦେହ ଉଦ୍ଧାର

Spread the love

ଯୋଡା : ୨୭ ଦିନ ପରେ ନିଖୋଜ ଯୁବତୀଙ୍କ ଗଳିତ ମୃତଦେହ ଉଦ୍ଧାର ।  ହତ୍ୟା କରିଥିଲା ପ୍ରେମିକ ।  କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ ଝାଡଗାଁ ସଂରକ୍ଷିତ ସିଦ୍ଧମଠ ଜଙ୍ଗଲରୁ ମୃତଦେହ ଜବତ ହୋଇଛି ।  ମୃତକ ହେଲେ ୨୧ ବର୍ଷୀୟା ଅନିତା ମହାକୁଡ଼ ।  ଗତ ମାସ ୧୧ ତାରିଖରୁ ଅନିତା ନିଖୋଜ ଥିଲେ  ।  ଗତ ୧୫ ତାରିଖରେ ଅନିତା ନିଖୋଜ ଥିବା ବଡ଼ବିଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ତାଙ୍କ ପରିବାର ।

ଅନିତାଙ୍କ ମୋବାଇଲ ସିଜ୍ କରି ପୋଲିସ ସିଡିଏ ଆନାଲିସିସ୍ ରୁ ସୁରାକ ପାଇଥିଲା । ୧୧ତାରିଖରେ ଅନିତା ସେହି ଗ୍ରାମର ସଂଗ୍ରାମ ଆଲଦା ନାମକ ଯୁବକଙ୍କ ସହ ୨୪ ମିନିଟ ଧରି କଥା ହୋଇଥିଲେ ।  ବଡ଼ବିଲ ପୋଲିସ ସଂଗ୍ରାମଙ୍କୁ ଥାନାକୁ ଆଣି ପଚରା ଉଚରା କରିବା ପରେ ସେ ସ୍ବୀକାର କରିଥିଲା ।  ଅନିତା ଓ ସଂଗ୍ରାମଙ୍କ ଭିତରେ ପ୍ରେମ ସଂପର୍କ ଥିଲା ।

ଅନିତା ଅନ୍ୟ ଜଣେ ଯୁବକଙ୍କ ସହ ଫଟୋ ଉଠାଇବାକୁ କେନ୍ଦ୍ର କରି ଦୁଇ ଜଣଙ୍କ ଭିତରେ ବଚସା ହେବା ପରେ ଅନିତାଙ୍କୁ ଛୁରୀ ଭୁସି ହତ୍ୟା କରିଥିଲା ସଂଗ୍ରାମ ।  ଜଙ୍ଗଲରେ ମୃତଦେହକୁ ଏକ ଗାତରେ ପକାଇ ଡାଳପତ୍ର ଢାଙ୍କି ଦେଇଥିଲା  । ପୁଲିସ ପଚରାଉଚରା ସମୟରେ ସବୁ ସତ କହିଥିଲା ସଂଗ୍ରାମ ।  ଜଙ୍ଗଲକୁ ସଂଗ୍ରାମକୁ ନେଇ କ୍ରାଇମ୍ ସିନ ରିକ୍ରିସନ୍ କରିଛି ବଡବିଲ୍ ପୋଲିସ ।

Leave a Reply

Your email address will not be published. Required fields are marked *