Salepur e1780849134766 300x178

୧୭ ଦିନ ହେଲାଣି ଜୀବନ ସହ ଲଢେ଼ଇ କରୁଛି ୫ ବର୍ଷର ଶିଶୁ, ପଡୋଶୀ ମିଠାରେ ବିଷ ଦେଇଥିବା ଅଭିଯୋଗ

Spread the love

ସାଲେପୁର : ୫ ବର୍ଷର ଶିଶୁ ଦୀର୍ଘ ୧୭ ଦିନ ହେଲାଣି କଟକ ଶିଶୁଭାବନର icu ରୁ ଜୀବନ ସହ ଲଢେ଼ଇ କରୁଛି ।  ତାକୁ ମିଠାରେ ପଡୋଶୀ ବିଷ ଦେଇ ଦେଇଥିବା ଅଭିଯୋଗ ଆଣିଛନ୍ତି ତାର ଅଭିବାବକ ।  ଏଭଳି ଏକ ଦୁଃଖଦ ଓ ଅମାନୁଷିକ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ବାହାବଳପୂର ଗାଁରେ ।  ଗତ ମାସ 22ତାରିଖ ଦିନ 5ବର୍ଷର ନିଷ୍ପପ ଶିଶୁପୁତ୍ର ଦିବ୍ୟରଞ୍ଜନ ମଲିକଙ୍କୁ ତାଙ୍କ ପଡୋଶୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମିଠାରେ ବିଷ ଦେଇ ଦେଇଥିବା ଥାନାରେ ଏତେଲା ଦେଇଛନ୍ତି ଦିବ୍ୟରଞ୍ଜନର ବାପା ରୋହିତ କୁମାର ମଲ୍ଲିକ ।  ଦିବ୍ୟର ଏବେ କଟକ ଶିଶୁଭବନ ରେ ଅତ୍ୟନ୍ତ ଗୁରୁତ୍ତର ଅବସ୍ଥାରେ icu ରେ ଚିକିତ୍ସା ଚାଲିଛି ।  ଏପେଟେ ଏନେଇ ଏତେଲକାରୀଙ୍କ ଏତେଲା ଅନୁଯାୟୀ ଥାନାରେ ଏକ କେଶ କରାଯାଇ ତଦନ୍ତ ହେଉଛି ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି ।

Leave a Reply

Your email address will not be published. Required fields are marked *