ବିଦ୍ୟୁତ ଖୁଣ୍ଟରେ ଚଢ଼ି କାମ କରୁଥିବା ବେଳେ ଚାଲିଗଲା ଆଉଟ୍ ସୋର୍ସିଂ କର୍ମଚାରୀଙ୍କ ଜୀବନ
ଭଞ୍ଜନଗର: ଭଞ୍ଜନଗରରେ ଘଟିଛି ବଡ଼ ଅଘଟଣ । ବିଦ୍ୟୁତ ଖୁଣ୍ଟରେ ଚଢ଼ି କାମ କରୁଥିଲେ ହେଲେ ଜୀବନ ଚାଲିଯିବ ବୋଲି ଜାଣିନଥିଲେ । ଏକଥା ଆପଣ ବି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ । ବିଦ୍ୟୁତ ଖୁଣ୍ଟରେ କାମ କରୁଥିବା ବେଳେ ଭଞ୍ଜନଗର ଟିପିଏସଓଡିଏଲ୍ ର ଜଣେ ଆଉଟ୍ ସୋର୍ସିଂ କର୍ମଚାରୀଙ୍କ ମୃତ୍ୟୁ ଘଟିଛି । ଏଭଳି ଦୁଃଖଦ ଘଟଣା ଘଟିଛି ଗଂଜାମ ଜିଲ୍ଲା ଭଂଜନଗର ଥାନା ଶାର୍ଦୁଳ ଗାଁରେ । ଗତ ଦୁଇଦିନ ପୂର୍ବରୁ କାଳବୈଶାଖୀ ଯୋଗୁଁ ସଂପୃକ୍ତ ଅଞ୍ଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ହୋଇଯାଇଥିଲା ।
ବିଦ୍ୟୁତ ଖୁଣ୍ଟରେ ଚଢ଼ି କାମ କରୁଥିବା କର୍ମଚାରୀ ଦୁର୍ଗାମାଧବ ଜେନା ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ । ସେଠାରୁ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଂଜନଗର ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଟିପିଏସଓଡିଏଲ୍ ର ଅଧିକାରୀ ପହଞ୍ଚି, ବିଭାଗୀୟ ନିୟମ ପ୍ରକାରେ ସହାୟତା ଯୋଗାଇ ଦେବାକୁ ପ୍ରତିଶୃତି ଦେଇଛନ୍ତି ।
