Monsoon 768x463

୧୦ରୁ ୧୨ ସୁଦ୍ଧା ଓଡ଼ିଶା ପହଞ୍ଚିବ ମୌସୁମି !

Spread the love

ଭୁବନେଶ୍ବର : ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ କେରଳମ୍‌ ଏବଂ ତାମିଲନାଡୁର କିଛି ଅଞ୍ଚଳକୁ ଛୁଇଁବା ସମ୍ଭାବନା ରହିଛି। ଏନେଇ ବୁଧବାର ଭାରତୀୟ ପାଣିପାଗ ବିଭାଗ ସ୍ପଷ୍ଟ କରିଛି। ବିଭାଗ ପକ୍ଷରୁ କୁହାଯାଇଛି, ମୌସୁମି ବାୟୁ ଦକ୍ଷିଣ-ପଶ୍ଚିମ ଓ ଦକ୍ଷିଣ-ପୂର୍ବ ଆରବ ସାଗରର କିଛି ଅଂଶକୁ ଅଗ୍ରସର ହେବ। ଲାକ୍ଷାଦ୍ବୀପ ଦ୍ବୀପପୁଞ୍ଜ, ଦକ୍ଷିଣ-ପଶ୍ଚିମ, ପଶ୍ଚିମ-କେନ୍ଦ୍ରୀୟ, ପୂର୍ବ-କେନ୍ଦ୍ରୀୟ, ଉତ୍ତର-ପୂର୍ବ ବଙ୍ଗୋପସାଗର କେତେକ ଅଞ୍ଚଳକୁ ମୌସୁମି ପ୍ରବେଶ କରିପାରେ। ଆସନ୍ତା ୭ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ବିଜୁଳି ଘଡ଼ିଘଡ଼ି ସହ ବର୍ଷା ସମ୍ଭାବନା ରହିଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର, ଦକ୍ଷିଣ, ଉପକୂଳର କିଛି ଜିଲାକୁ କାଳବୈଶାଖୀ ଜନିତ ବର୍ଷା ପାଇଁ ସତର୍କ ସୂଚନା ଜାରି କରାଯାଇଛି। ଆସନ୍ତା ୩ ଦିନ ମଧ୍ୟରେ ବିଭିନ୍ନ ଅଞ୍ଚଳରେ ସର୍ବାଧିକ ତାପମାତ୍ରା ୨ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିପାରେ। ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ଅତ୍ୟଧିକ ଗୁଳୁଗୁଳି, ଗରମ ତାତି ରହୁଛି। ପଶ୍ଚିମ ଓଡ଼ିଶାରେ ସାମୟିକ କାଳବୈଶାଖୀ ସତ୍ତ୍ୱେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଜୁନ୍‌ ୧୦ରୁ ୧୨ ସୁଦ୍ଧା ଉପକୂଳ ଓଡ଼ିଶାରେ ମୌସୁମି ଛୁଇଁପାରେ। ପରେ ବର୍ଷା ବଢ଼ିବ। ଦକ୍ଷିଣ-ପଶ୍ଚିମ ପବନ ଶକ୍ତିଶାଳୀ ହେବ ଏବଂ ଲଗାତାର ମେଘୁଆ ପାଗ ରହିବ। ଜୁନ୍‌ ୧୫ ପରେ ନିୟମିତ ବର୍ଷା ଜାରି ରହିବ।

Leave a Reply

Your email address will not be published. Required fields are marked *