Mukesh mahaling 750x430

ଆୟୁଷ୍ମାନ ଭାରତ ଯୋଜନାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଗୁରୁତ୍ବପୂର୍ଣ୍ଣ ସୂଚନା

Spread the love

ଭୁବନେଶ୍ୱର: ଆୟୁଷ୍ମାନ ଭାରତ ଯୋଜନାରେ ରୋଗୀ ସେବାକୁ ନେଇ ସ୍ୱାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଂ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛନ୍ତି। ରୋଗୀ ହସ୍ପିଟାଲରେ ଆଡମିସନ ହେବାର ୩ ଦିନ ପୂର୍ବରୁ ଯେଉଁ ସବୁ ଟେଷ୍ଟ କରାଯିବ, ସେଗୁଡ଼ିକ ଆୟୁଷ୍ମାନ ପ୍ୟାକେଜରେ ଅନ୍ତର୍ଭୁକ୍ତ ରହିବ ବୋଲି ସେ କହିଛନ୍ତି। କିଛି ଘରୋଇ ହସ୍ପିଟାଲ ପୂର୍ବରୁ ଏହି ଟେଷ୍ଟଗୁଡ଼ିକୁ ପ୍ୟାକେଜରେ ଧରୁନଥିବା ଅଭିଯୋଗ ଆସିଥିଲା। ଟିଭି ଓ ସୋସିଆଲ ମିଡିଆ ମାଧ୍ୟମରେ ଏନେଇ ଅଭିଯୋଗ ମିଳିବା ପରେ ସ୍ୱାସ୍ଥ୍ୟ ବିଭାଗ କଡ଼ା ଆଭିମୁଖ୍ୟ ନେଇଛି।

ଯେଉଁ ହସ୍ପିଟାଲ ଏହି ନିର୍ଦ୍ଦେଶ ପାଳନ କରିବେ ନାହିଁ, ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ। ଏଥିପାଇଁ ବିଭିନ୍ନ ଘରୋଇ ହସ୍ପିଟାଲକୁ କଡ଼ାକଡ଼ି ଭାବେ ନିର୍ଦ୍ଦେଶ ଦିଆଯାଇଛି।ସେହିପରି ହସ୍ପିଟାଲଗୁଡ଼ିକରେ ଏହାର ପାଳନ ଯାଞ୍ଚ କରିବା ପାଇଁ ଏକ ଉଚ୍ଚସ୍ତରୀୟ କମିଟି ଗଠନ ହୋଇଛି। ଏହି କମିଟି ବିଭିନ୍ନ ହସ୍ପିଟାଲ ପରିଦର୍ଶନ କରି ରିପୋର୍ଟ ଦେବ।

Leave a Reply

Your email address will not be published. Required fields are marked *