Redreaz e1780070170369 300x214

ଗଞ୍ଜାମ ଜିଲ୍ଲାର ଏସପି ଭାବେ ଦାୟିତ୍ୱ ଗ୍ରହଣ କଲେ ହରିଶ ବିଶି

Spread the love

ଛତ୍ରପୁର:ଗଞ୍ଜାମ ଜିଲ୍ଲାର ନୂତନ ଆରକ୍ଷୀ ଅଧୀକ୍ଷକ (SP) ଭାବେ ଆଜି ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି ୨୦୨୦ ବ୍ୟାଚର ଆଇପିଏସ ଅଫିସର ହରିଶ ବିଶି । ପୂର୍ବରୁ ଗଞ୍ଜାମ ଏସପି ଭାବେ ଦାୟିତ୍ୱ ଥିବା ଶୁଭେନ୍ଦୁ ପାତ୍ର ଙ୍କ ଠାରୁ ସେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି  ହରିଶ ବିସି।
ପୂର୍ବରୁ ସେ ରାୟଗଡ଼ା ଏବଂ କନ୍ଧମାଳ ଜିଲ୍ଲାରେ ଏସପି ଭାବେ ସଫଳତାର ସହ କାର୍ଯ୍ୟ କରିବା ପରେ, ଆଜି ଗଞ୍ଜାମ ଜିଲ୍ଲାର ସୁରକ୍ଷା ଓ ଆଇନ ଶୃଙ୍ଖଳା ରକ୍ଷା ଭାର ନିଜ ହାତକୁ ନେଇଛନ୍ତି। ଗଞ୍ଜାମ ଏକ ବୃହତ ଏବଂ ସମ୍ବେଦନଶୀଳ ଜିଲ୍ଲା ହୋଇଥିବାରୁ ଏଠାରେ ଅପରାଧ ନିୟନ୍ତ୍ରଣ କରିବା ସବୁଠାରୁ ବଡ଼ ଆହ୍ୱାନ । ଦାୟିତ୍ୱ ଗ୍ରହଣ କରିବା ପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ନୂତନ ଏସପି ଶ୍ରୀ ବିଶି କହିଛନ୍ତି ଯେ,ଜିଲ୍ଲାକୁ ସମ୍ପୂର୍ଣ୍ଣ ଅପରାଧମୁକ୍ତ କରିବା ତାଙ୍କର ପ୍ରଥମ ପ୍ରାଥମିକତା ରହିବ। ବିଶେଷ କରି ଜିଲ୍ଲାରେ ସକ୍ରିୟ ଥିବା ପଥର ଓ ବାଲି ମାଫିଆଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅପରାଧୀଙ୍କ ଚରାଭୂଇଁ ପାଲଟିଥିବା ଅଞ୍ଚଳଗୁଡ଼ିକ ଉପରେ ପୋଲିସର କଡ଼ା ନଜର ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।ଜନସାଧାରଣଙ୍କ ସହ ସୁସମ୍ପର୍କ ଓ ସେମାନଙ୍କ ସୁରକ୍ଷା ଉପରେ ସବୁଠାରୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି ନୂତନ ଏସପି। ସେ କହିଛନ୍ତି,ସାଧାରଣ ଲୋକଙ୍କର ଯେକୌଣସି ସମସ୍ୟା ହେଉ, ସେମାନେ ସିଧାସଳଖ ମୋ ମୋବାଇଲ୍‌ ନମ୍ବରକୁ କଲ୍‌ କରି ଜଣାଇପାରିବେ। ଲୋକଙ୍କ ସୁବିଧା ଏବଂ ସହାୟତା ପାଇଁ ମୋ ନମ୍ବର ୨୪ ଘଣ୍ଟା ଖୋଲା ରହିବ।ସାଧାରଣ ଲୋକେ ଯେପରି ବିନା ଭୟରେ ପୋଲିସର ସହାୟତା ପାଇପାରିବେ ଏବଂ ପୁଲିସ ଉପରେ ସେମାନଙ୍କର ଆସ୍ଥା ବୃଦ୍ଧି ପାଇବ, ସେଥିପାଇଁ ପୁଲିସ ପ୍ରଶାସନ ସଦାସର୍ବଦା ତତ୍ପର ରହିବ ବୋଲି ସେ ପ୍ରକାଶ କରିଛନ୍ତି । ତାଙ୍କର ଏହି ଜନହିତକର ଆଭିମୁଖ୍ୟ ଯୋଗୁଁ ଆଗାମୀ ଦିନରେ ଜିଲ୍ଲାରେ ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସମ୍ପର୍କ ଆହୁରି ମଜବୁତ ହେବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *