Drda m

ଡିଆରଡିଏ ମହିଳା ୱାସ ରୁମରେ ସିକ୍ରେଟ କ୍ୟାମେରା

Spread the love

ଜଗତସିଂହପୁର: ଡିଆରଡିଏ ମହିଳା ୱାସ ରୁମରେ ସିକ୍ରେଟ କ୍ୟାମେରା । ଜଗତସିଂହପୁର ଜିଲ୍ଲା ଡିଆରଡିଏ କାର୍ଯ୍ୟାଳୟର ମହିଳା ୱାସରୁମରୁ ସିକ୍ରେଟ କ୍ୟାମେରା ଉଦ୍ଧାର କରାଯାଇଛି । ଏହି କ୍ୟାମେରା କିଏ ଓ କେଉଁ ଉଦେଶ୍ୟରେ ଲଗାଇଥିଲା ତାହା ଜଣାପଡିନି । କିନ୍ତୁ ଏନେଇ ତିର୍ତ୍ତୋଲ ଥାନାରେ ଏତଲା ଦିଆଯାଇଛି । ଏତଲା ପାଇ ପୋଲିସ କ୍ୟାମେରା ଟିକୁ ଜବତ କରି ତଦନ୍ତ ଚଳାଇଛି । ଆରପଟେ ଏହି ଘଟଣାକୁ ଜିଲ୍ଲାପରିଷଦ ସଭାପତି ତୀବ୍ର ନିନ୍ଦା କରିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

ଗତ ୨୫ତାରିଖ ଦିନ ଡିଆରଡିଏର ଜଣେ ମହିଳା କର୍ମଚାରୀ ୱାସରୁମ ଯାଇଥିବା ବେଳେ କ୍ୟାମେରାଟି ଖସି ପଡ଼ିଥିଲା। ତାକୁ ଦେଖି ମହିଳା ଜଣକ ଅତିରିକ୍ତ ନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ। ପରେ ଗତ ୨୬ତାରିଖ ଦିନ ଏନେଇ ଅତିରିକ୍ତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ତିର୍ତ୍ତୋଲ ଥାନାରେ ଏତଲା ଦେଇଥିଲେ। ପରେ ପୋଲିସ ଡିଆରଡିଏ କାର୍ଯ୍ୟାଳୟର ପହଂଚି ତଦନ୍ତ ଚଳାଇଛି।

Leave a Reply

Your email address will not be published. Required fields are marked *