Rains 1 1200x768

ଦକ୍ଷିଣ-ପଶ୍ଚିମ ମୌସୁମି କେରଳମ୍‌ ଛୁଇଁବା ବିଳମ୍ବ ହୋଇପାରେ

Spread the love

ଭୁବନେଶ୍ବର: ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ କେରଳମ୍‌ ଛୁଇଁବା ବିଳମ୍ବ ହୋଇପାରେ। ମେ ୨୬ରେ ମୌସୁମି ବାୟୁ କେରଳମ୍‌ ଛୁଇଁବ ବୋଲି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) ପୂର୍ବାନୁମାନ କରିଥିଲା। ତେବେ ସଦ୍ୟତମ ବିଶ୍ଲେଷଣ ଅନୁଯାୟୀ ଜୁନ ପହିଲା ବେଳକୁ ମୌସୁମି ବାୟୁ କେରଳମ୍‌ରେ ପାଦ ଥାପିବାର ସମ୍ଭାବନା ଥିବା ପାଣିପାଗ ବିଶେଷଜ୍ଞ ବିଶ୍ବଜିତ୍‌ ସାହୁ କହିଛନ୍ତି।

ପାଣିପାଗ ବିଶେଷଜ୍ଞ ଶ୍ରୀ ସାହୁ କହିଛନ୍ତି, ଦକ୍ଷିଣ-ପଶ୍ଚିମ ମୌସୁମି ବାୟୁ ଚଳାଚଳ କେରଳମ୍‌ ମୁହାଁ ହୋଇନାହିଁ। ପୁଣି କେରଳରେ ଅଦ୍ୟାବଧି ୬୦% ଷ୍ଟେସନରେ ୨.୫ମି.ମି. ବର୍ଷା ହୋଇନି। ତେଣୁ ଜୁନ ପହିଲା ବେଳକୁ କେରଳରେ ମୌସୁମି ବାୟୁ ପାଦ ଥାପିବାର ସମ୍ଭାବନା ରହିଛି। ମଡେଲ ଜନିତ ତ୍ରୁଟି ପାଇଁ ଏହା ନିର୍ଦ୍ଧାରିତ ତାରିଖରୁ ୨ଦିନ ଆଗୁଆ କିମ୍ବା ପଛୁଆ ହୋଇପାରେ।

ମୌସୁମି ବାୟୁ କେରଳମ୍‌ ଛୁଇଁବାର ୧୦ଦିନ ମଧ୍ୟରେ ଓଡ଼ିଶା ଆସିଥାଏ। ଜୁନ ପ୍ରଥମ ସପ୍ତାହରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଯଦି ଏହି ଲଘୁଚାପ ସୃଷ୍ଟି ହୁଏ ତେବେ ଓଡ଼ିଶାକୁ ସ୍ବାଭାବିକ ଭାବେ ମୌସୁମି ବାୟୁ ଆସିବାର ସମ୍ଭାବନା ରହିଛି ବୋଲି ଶ୍ରୀ ସାହୁ କହିଛନ୍ତି।

Leave a Reply

Your email address will not be published. Required fields are marked *