L86420260527152947 1024x576

ବିଧାନସଭାରେ ପାରିତ ହେଲା ସମାନ ନାଗରିକ ସଂହିତା ବିଲ୍: ଆସାମ ସରକାରଙ୍କ ବଡ ନିଷ୍ପତ୍ତି

Spread the love

ଆସାମ: ନାଗରିକ ସଂହିତା ବିଲ୍  କୁ ନେଇ ଆସାମ ସରକାରଙ୍କ ବଡ ନିଷ୍ପର୍ତ୍ତି।  ଆସାମ ବିଧାନସଭାରେ ଐତିହାସିକ ସମାନ ନାଗରିକ ସଂହିତା ବିଲ୍  ପାରିତ ହୋଇଛି। ଏହି ବିଲ୍ ଉତ୍ତରାଖଣ୍ତ ଏବଂ ଗୁଜୁରାଟ ପରେ ଆସାମ ଦେଶର ତୃତୀୟ ରାଜ୍ୟ ଭାବେ ଏହି ଆଇନକୁ ମଞ୍ଜୁରୀ ଦେଇଛି। ବିରୋଧୀ ଦଳଗୁଡିକ ଗୃହରେ ପ୍ରବଳ ହଟ୍ଟଗୋଳ ସତ୍ତ୍ୱେ ସରକାର ଏହି ବିଲ୍ କୁ ସଫଳତାର ସହ ପାସ କରାଇଛନ୍ତି।

ଆସାମ ୟୁସିସି ବିଲ୍‌ରେ ବହୁବିବାହକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ‘ଲିଭ୍-ଇନ୍ ରିଲେସନସିପ୍’ର ପଞ୍ଜୀକରଣକୁ ବାଧ୍ୟତାମୂଳକ କରାଯାଇଛି। ବିବାହ ପାଇଁ ପୁରୁଷଙ୍କ ସର୍ବନିମ୍ନ ବୟସ ୨୧ ଏବଂ ମହିଳାଙ୍କ ପାଇଁ ୧୮ ବର୍ଷ ଧାର୍ଯ୍ୟ ହୋଇଛି। ତେବେ ଆସାମର ସାଂସ୍କୃତିକ ବିବିଧତାକୁ ରକ୍ଷା କରିବା ପାଇଁ ଏହି ଆଇନ ରାଜ୍ୟରେ ରହୁଥିବା ଅନୁସୂଚିତ ଜନଜାତି (ST) ମାନଙ୍କ ପାଇଁ ଲାଗୁ ହେବ ନାହିଁ।

ବାକି ସମସ୍ତେ ନିଜ ନିଜ ଧାର୍ମିକ ରୀତିନୀତି ଅନୁସାରେ ବିବାହ କରିପାରିବେ, କିନ୍ତୁ ପଞ୍ଜୀକରଣ ବାଧ୍ୟତାମୂଳକ। ଏହି ଆଇନ ଉଲ୍ଲଂଘନ କଲେ କଠୋର ଦଣ୍ଡର ବ୍ୟବସ୍ଥା ରହିଛି। ଗୋଟିଏ ସ୍ତ୍ରୀ/ସ୍ୱାମୀ ଥାଉ ଥାଉ ଦ୍ୱିତୀୟ ବିବାହ କଲେ ୭ ବର୍ଷ ପର୍ଯ୍ୟନ୍ତ ଜେଲ୍‌ ହେବ। ସେହିପରି ଲିଭ୍-ଇନ୍ ରିଲେସନସିପ୍‌କୁ ମାସେ ଭିତରେ ପଞ୍ଜୀକୃତ ନକଲେ ୩ ମାସ ଜେଲ୍ କିମ୍ବା ₹୧୦,୦୦୦ ଜରିମାନା କିମ୍ବା ଉଭୟ ଦଣ୍ଡ ମିଳିବ। ନୂଆ ଉତ୍ତରାଧିକାରୀ ଆଇନ ଅନୁଯାୟୀ, ମୃତ ବ୍ୟକ୍ତିଙ୍କ ସମ୍ପତ୍ତି ଉପରେ ସ୍ତ୍ରୀ, ପିଲା ଏବଂ ପିତାମାତାଙ୍କର (Class-1 ଉତ୍ତରାଧିକାରୀ) ସମାନ ଓ ଲିଙ୍ଗଗତ ସମାନତା ଆଧାରରେ ଅଧିକାର ରହିବ।

Leave a Reply

Your email address will not be published. Required fields are marked *