26bbs 37 26052026 112 2026 05 26 19 43 19

କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ଚର୍ଚ୍ଚା: ପଦ ଛାଡ଼ି ପାରନ୍ତି ସିଦ୍ଦରମୈୟା, ରାଜ୍ୟସଭା ଯିବେ!

Spread the love

ନୂଆଦିଲ୍ଲୀ: କର୍ଣ୍ଣାଟକରେ ନେତୃତ୍ବ ପରିବର୍ତ୍ତନ ଚର୍ଚ୍ଚା ଜୋର୍‌ ଜରିଥିବାବେଳେ ଆଜି ଦିଲ୍ଲୀରେ ପାର୍ଟି ହାଇକମାଣ୍ଡଙ୍କ ସହ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଦରମୈୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ବୈଠକ ଥିଲା। ପାଖାପଖି ୬ ଘଣ୍ଟାର ମାରାଥନ ବୈଠକରେ ଆଜି କର୍ଣ୍ଣାଟକରେ ମୁଖ୍ୟମନ୍ତ୍ରୀ ପରିବର୍ତ୍ତନ ନେଇ ଆଲୋଚନା‌ ହୋଇଥିବା କୁହାଯାଉଛି।

ଅନ୍ୟପକ୍ଷେ ଦଳ ଏହି ଦାବିକୁ ଖଣ୍ଡନ କରିଛି। ବୈଠକ ପରେ କେସି ବେଣୁ‌ଗୋପାଳ କହିଛନ୍ତି, କଥାବାର୍ତ୍ତା କେବଳ ରାଜ୍ୟସଭା ଏବଂ କର୍ଣ୍ଣାଟକ ବିଧାନ ପରିଷଦ ନିର୍ବାଚନରେ ସୀମିତ ରହିଛି। ଅନ୍ୟ ଯାହା ଆକଳନ କରାଯାଉଛି ସେସବୁ ମିଛ। ସେ କହିଛନ୍ତି, ଆମେ କରିଥିବା ବୈଠକରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ ଏବଂ ରଣଦୀପ ଉପସ୍ଥିତ ଥିଲେ। ଆଲୋଚନା‌ ସମୟରେ କେବଳ ରାଜ୍ୟସଭା ଏବଂ ଏମ୍‌ଏଲ୍‌ସି ଆସନ ଉପରେ ଫୋକସ୍‌ କରାଯାଇଥିଲା । ତେବେ ବୈଠକ ସ୍ଥଳ ଛାଡ଼ିବା ସମୟରେ ସିଦ୍ଦରମୈୟା କିମ୍ବା ଶିବକୁମାର କେହି ବି ନେତୃତ୍ବ ପ୍ରସଙ୍ଗରେ କୌଣସି ଟିପ୍ପଣୀ ଦେଇନାହାନ୍ତି। ଉଲ୍ଲେଖଯୋଗ୍ୟ କର୍ଣ୍ଣାଟକରେ ୪ ଆସନରେ ରାଜ୍ୟସଭା ନିର୍ବାଚନ ହେବ। କଂଗ୍ରେସ ଏଥିରୁ ୩ଟିରେ ଜିତିବାପାଇଁ ଆଶା ରଖିଛି। ବିଜେପି ଗୋଟିଏ ଆସନରେ ଜିତିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *