Iran 2

ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍, ହରମୁଜ୍ ପ୍ରଣାଳୀରେ ଉତ୍ତେଜନା

Spread the love

ନୂଆଦିଲ୍ଲୀ: ଇରାନ ଉପରେ ଆମେରିକାର ଏୟାରଷ୍ଟ୍ରାଇକ୍। ହରମୁଜ୍ ପ୍ରଣାଳୀରେ ବଢ଼ିଲା ଉତ୍ତେଜନା । ହରମୁଜ୍ ପ୍ରଣାଳୀରେ ଆତ୍ମରକ୍ଷା ପାଇଁ ଇରାନୀ ଘାଟି ଉପରେ ଆମେରିକାର ଆକ୍ରମଣ। ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳମାର୍ଗ ‘ଷ୍ଟ୍ରେଟ ଅଫ ହର୍ମୁଜ’ ରେ ପୁଣି ଥରେ ଉତ୍ତେଜନା ଦେଖାଦେଇଛି । ଇରାନର ଇସଲାମିକ ରିଭୋଲ୍ୟୁସନାରୀ ଗାର୍ଡ କୋର୍ପସ ବା IRGCର ବିପଦକୁ ଦେଖି ଆତ୍ମରକ୍ଷା ପାଇଁ ଆମେରିକୀୟ ସେନାର ସେଣ୍ଟ୍ରାଲ କମାଣ୍ଡ ବା CENTCOM ଦକ୍ଷିଣ ଇରାନରେ ଏକ ସୀମିତ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଆମେରିକା ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ସୀମିତ କାର୍ଯ୍ୟାନୁଷ୍ଠାନରେ ଦୁଇଟି ମୁଖ୍ୟ ଟାର୍ଗେଟକୁ ଧ୍ୱଂସ କରାଯାଇଛି।

ପ୍ରଥମତଃ ହରମୁଜ୍ ପ୍ରଣାଳୀରେ ସାମୁଦ୍ରିକ ମାଇନ୍ ବିଛାଇବାକୁ ଚେଷ୍ଟା କରୁଥିବା । RGCର ଦୁଇଟି ବୋଟକୁ ଟାର୍ଗେଟ କରାଯାଇଥିଲା । ଦ୍ବିତୀୟରେ ବନ୍ଦର ଅବ୍ବାସ ସହର ନିକଟରେ ଥିବା ଏକ ସରଫେସ୍-ଟୁ-ଏୟାର୍ ମିସାଇଲ୍ ସାଇଟକୁ ଉଡ଼ାଇ ଦିଆଯାଇଛି । ଯାହା ଆମେରିକୀୟ ବିମାନକୁ ଟାର୍ଗେଟ କରୁଥିଲା । ସ୍ଥାନୀୟ ବାସିନ୍ଦା ଏହି ଅଞ୍ଚଳରେ ପ୍ରଚଣ୍ଡ ବିସ୍ଫୋରଣ ହୋଇଥିବା ନେଇ ସୂଚନା ଦେଇଛନ୍ତି । ସେଣ୍ଟକମ୍ ପ୍ରବକ୍ତା ନେଭି କ୍ୟାପଟେନ ଟିମ୍ ହପକିନ୍ସଙ୍କ ବୟାନ ଅନୁସାରେ ଇରାନୀ ସେନା ଦ୍ୱାରା ସୃଷ୍ଟି ହୋଇଥିବା ବିପଦରୁ ଆମର ସୈନ୍ୟମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଆଜି ଦକ୍ଷିଣ ଇରାନରେ ଆତ୍ମରକ୍ଷାମୂଳକ ଆକ୍ରମଣ କରାଯାଇଛି । ଚାଲୁ ରହିଥିବା ଯୁଦ୍ଧବିରତି ସମୟରେ ମଧ୍ୟ ଆମେରିକା ନିଜର ସଞ୍ଜମତା ରକ୍ଷା କରିବା ସହ ନିଜ ସେନାର ସୁରକ୍ଷା ପାଇଁ ପ୍ରତିବଦ୍ଧ।

ହରମୁଜ୍ ପ୍ରଣାଳୀ ବିଶ୍ୱ ଅର୍ଥନୀତି ପାଇଁ ଏକ ବଡ଼ ଚୋକ୍ ପଏଣ୍ଟ। ସାରା ବିଶ୍ୱର ପ୍ରାୟ ଏକ ପଞ୍ଚମାଂଶ (୨୦%) ଅଶୋଧିତ ତେଲ ଏବଂ ଏଲ୍ ଏନ୍ ଜି (LNG) ଏହି ମାର୍ଗ ଦେଇ ପରିବହନ ହୋଇଥାଏ। ୨୦୨୬ ମସିହାରେ ଆମେରିକା-ଇରାନ ମଧ୍ୟରେ ବଢ଼ିଥିବା ତିକ୍ତତା ମଧ୍ୟରେ ଏହି ଅଞ୍ଚଳ ସବୁବେଳେ ବିବାଦୀୟ ହୋଇ ରହିଛି।ଏହି ଆକ୍ରମଣ ପରେ ମଧ୍ୟ ଦୁଇ ଦେଶ ମଧ୍ୟରେ ପାକିସ୍ତାନର ମଧ୍ୟସ୍ଥତାରେ ହୋଇଥିବା ସ୍ପର୍ଶକାତର ଯୁଦ୍ଧବିରତି ଭାଙ୍ଗି ନାହିଁ। ଆମେରିକା ଅଧିକାରୀଙ୍କ କହିବା ଅନୁଯାୟୀ, ଏହା କେବଳ ଏକ ରକ୍ଷଣାତ୍ମକ ପଦକ୍ଷେପ ଥିଲା ଏବଂ ପରୋକ୍ଷ କୂଟନୈତିକ ଆଲୋଚନା ଏବେ ବି ଜାରି ରହିଛି। ପରିସ୍ଥିତି ନିୟନ୍ତ୍ରଣାଧିନ ଥିବା ଇରାନର ସରକାରୀ ଗଣମାଧ୍ୟମ କହିଛି । ଏହି ଘଟଣା ଯୋଗୁଁ ଅନ୍ତର୍ଜାତୀୟ ବଜାରରେ ତେଲ ଦରରେ ସାମାନ୍ୟ ଅସ୍ଥିରତା ଦେଖାଦେଇଥିଲେ ମଧ୍ୟ ଏହା ବ୍ୟାରେଲ ପିଛା ୧୦୦ ଡଲାର ତଳେ ରହିଛି ।

Leave a Reply

Your email address will not be published. Required fields are marked *