Sbi@70

କାଲିଠାରୁ ୬ଦିନ ବନ୍ଦ ରହିବ ଷ୍ଟେଟ ବ୍ୟାଙ୍କ

Spread the love

ଭୁବନେଶ୍ବର : ଷ୍ଟେଟ ବ୍ୟାଙ୍କରେ ଆକାଉଣ୍ଟ ଥିଲେ ଜାଣି ନିଅନ୍ତୁ ଏହି ତଥ୍ୟ। ନଚେତ ଆପଣ ମଧ୍ୟ ହଇରାଣ ହୋଇ ପାରନ୍ତି। କାରଣ ଆଗାମୀ ୬ଦିନ ବ୍ୟାଙ୍କ ବନ୍ଦ ରହିବ।

ସୂଚନା ଅନୁସାରେ ଆସନ୍ତା କାଲି ୨୩ ତାରିଖ ଚଳିତ ମାସର ଚତୁର୍ଥ ଶନିବାର ପଡ଼ୁଛି। ଯେଉଁଥିପାଇଁ ବ୍ୟାଙ୍କ ସାଧାରଣତଃ ବନ୍ଦ ରହିବ। ୨୪ ତାରିଖ ରବିବାର ହେତୁ ଛୁଟି ଥିବାରୁ ବନ୍ଦ ରହିବ। ତେବେ ଆସନ୍ତା ୨୫ ତାରିଖ ସୋମବାର ଏବଂ ୨୬ ତାରିଖ ମଙ୍ଗଳବାର ଏବଂ ଭାରତୀୟ ଷ୍ଟେଟ ବ୍ୟାଙ୍କ କର୍ମଚାରୀମାନେ ଧର୍ମଘଟ ପାଳନ କରୁଛନ୍ତି। ବ୍ୟାଙ୍କ ଧର୍ମଘଟ ଯୋଗୁଁ ସୋମବାର ଓ ମଙ୍ଗଳବାର ଲଗାତାର ୨ଦିନ ବ୍ୟାଙ୍କର ଶାଖାଗୁଡ଼ିକ ବନ୍ଦ ରହିବ। ସାରା ଦେଶରେ ଏସବିଆଇ କର୍ମଚାରୀମାନେ ଦରମା, ପେନସନ ଇତ୍ୟାଦି ବିଭିନ୍ନ ଦାବି ପାଇଁ ଧର୍ମଘଟ ଡାକରା ଦେଇଛନ୍ତି। ଏହାପରେ ୨୭ ତାରିଖ ବୁଧବାର ଏବଂ ୨୮ ତାରିଖ ଗୁରୁବାର ଇଦ-ଜୁହା ପାଇଁ ବ୍ୟାଙ୍କ ଛୁଟି ରହିବ ବୋଲି ସୂଚନା ରହିଛି।

ଏସବିଆଇର ସର୍ବ ଭାରତୀୟ କର୍ମଚାରୀ ସଂଘ ଅଲ୍ ଇଣ୍ଡିଆ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ଷ୍ଟାଫ୍ ଫେଡେରେସନ୍ (AISBISF) ଏହି ଧର୍ମଘଟ ଡାକରା ଦେଇଛି। ନୂଆ ନିଯୁକ୍ତି, ପେନସନ୍ ବ୍ୟବସ୍ଥା, ପଦୋନ୍ନତ୍ତ ଏବଂ ବିଭିନ୍ନ ସୁବିଧା ସମେତ ୧୬ଟି ପ୍ରମୁଖ ଦାବି ରଖିଛନ୍ତି।

Leave a Reply

Your email address will not be published. Required fields are marked *