Power cut m

ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇଲେ ଲୋକେ

Spread the love

ବଲାଙ୍ଗିର : ଗୋଟେ ପଟେ ଅସହ୍ୟ ତାତି, ଅନ୍ୟପଟେ ବିଦ୍ୟୁତ କାଟ୍ । ଅଘୋଷିତ ବିଦ୍ୟୁତ୍ କାଟକୁ ନେଇ ତାତିଲେ ଲୋକେ । ବଲାଙ୍ଗିର ବିଦ୍ୟୁତ ବିଭାଗ କାର୍ଯ୍ୟାଳୟରେ ତାଲା ପକାଇଲେ ଆନ୍ଦୋଳନକାରୀ  l ପ୍ରାୟ ତିନିଘଣ୍ଟା ଧରି ବିଦ୍ୟୁତ ବିଭାଗ କର୍ମଚାରୀ ଅଟକ ରହିଥିଲେ l    ଲଳିତନଗରରେ ପ୍ରାୟ ଦୁଇଦିନ ହେବ ଅଘୋଷିତ ବିଦ୍ୟୁତ କାଟ ହେବାରୁ ଲୋକମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା। ଖବର ପାଇ ବଲାଙ୍ଗିର ଟାଉନ ପୋଲିସ ପହଞ୍ଚି ପ୍ରାୟ ୧୫ ଜଣ କର୍ମଚାରୀଙ୍କୁ ଉଦ୍ଧାର କରିଥିଲା। ସେପଟେ ବିଦ୍ୟୁତ ବିଭାଗ ଯନ୍ତ୍ରୀ କହିଛନ୍ତି ଲାଲଟିକ୍ରା ଗ୍ରୀଡ଼ ରେ ସମସ୍ୟା ଓ ଅଧିକ ଲୋଡ଼ ହେବାରୁ ବିଦ୍ୟୁତ କାଟ୍ କରାଯାଇଥିଲା। ସ୍ଥାୟୀ ସମାଧାନ ପାଇଁ ଚେଷ୍ଟା ଚାଲିଛି ।
ସେପଟେ କଟକ ସଦର ଅଞ୍ଚଳରେ ବି ବିଦ୍ୟୁତ୍ କାଟ ତାତି । ଘଣ୍ଟା ଘଣ୍ଟା ଧରି କରେଣ୍ଟ ନ ଆସିବାରୁ ଜାତୀୟ ରାଜପଥ ୧୬ ଅବରୋଧ କରି ପ୍ରତିବାଦ କଲେ ସ୍ଥାନୀୟ ବାସିନ୍ଦା । କରେଣ୍ଟ ନ ଆସିବାରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଥିଲା ।

ଅନ୍ୟପଟେ ଆଜିଠୁ ଆହୁରି ଜଳାଇବ । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ସହ ଅସହ୍ୟ ଗରମ ଗୁଳୁଗୁଳିରେ ଜନ ଜୀବନ ଅସ୍ତବ୍ୟସ୍ତ । ୫ଦିନ ଲାଗି ହିଟ ୱେଭ ଜାରି କରିଛି ପାଣିପାଗ ବିଭାଗ । ଏବେ ଗ୍ରୀଷ୍ମ ପ୍ରବାହ ସହିତ ରାତିରେ ଗରମ ଓ ଗୁଳୁଗୁଳି ଲାଗି ରହିବ । ବଲାଙ୍ଗୀର, ସମ୍ବଲପୁର, ନୟାଗଡ଼ ଓ ଝରସୁଗୁଡା ଜିଲ୍ଲା ପାଇଁ ଅରେଞ୍ଜ ୱାର୍ଣ୍ଣି ଜାରି କରାଯାଇଛି । ସେହିପରି ହିଟ ୱେଭ ଜିଲ୍ଲା ଗୁଡିକ ହେଉଛି ଅନୁଗୁଳ , ବଲାଙ୍ଗୀର, ବୌଦ୍ଧ, ସୋନପୁର, ଝାରସୁଗୁଡା, ନୟାଗଡ଼, ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ।

Leave a Reply

Your email address will not be published. Required fields are marked *