App

ମହିଳାଙ୍କ ସୁରକ୍ଷା ଏବେ ମୋବାଇଲ ଆପରେ, ଅସୁବିଧାରେ ବ୍ୟବହାର କରନ୍ତୁ ’ଉଇ କେୟାର ସାଥି’

Spread the love

ଭୁବନେଶ୍ବର: ମୋବାଇଲ ଆପରେ ମିଳିବ ମହିଳାଙ୍କୁ ସୁରକ୍ଷା| ଟ୍ବିନି ସିଟି ବାସୀଙ୍କ ପାଇଁ ପୋଲିସ ଆଣିଛି ନୂଆ ଆପ୍ । ଅସୁବିଧାରେ ଫସିଲେ ବ୍ୟବହାର କରନ୍ତୁ ଉଇ କେୟାର ସାଥି ଆପ୍ । ଏନେଇ ଅଫିସିଆଲ୍ ଲଞ୍ଚ କରିଛନ୍ତି ପୋଲିସ କମିସନର। ପୋଲିସ ତାର କାମ ଫ୍ରଣ୍ଟ ଲାଇନ୍ ରହିବ। ପୋଲିସ କମିଶନର ସୁରେଶ ଦେବଦତ୍ତ ସିଂ କହିଛନ୍ତି। ଏହି ଆପ ଦ୍ବାରା କୌଣସି ଘଟଣା ଘଟିଲେ ସେହି ଆପରୁ ଅଭିଯୁକ୍ତ ମାନଙ୍କ ଫଟୋ ବା ଭିଡିଓ ତୁରନ୍ତ ERSS କଣ୍ଟ୍ରୋଲ ରୁମ୍ କୁ ପହଞ୍ଚିପାରିବ।

ଆଶା କରୁଛୁ ଏହି ଭୁମିକାରେ ଏହାର ଉପଯୋଗି କରିଲେ ଲୋକ ସୁବିଧା ପାଇପାରିବେ। ଯେଉଁ ଜାଗାରେ ଘଟଣା ଘଟିବ। କମ୍ ସମୟରେ ପୋଲିସ ପହଂଚିବା ପାଇଁ ଚେଷ୍ଟା କରିବ । ଆଗରୁ ରେସ୍ପନ୍ସ ଟାଇମ ୧୨ମିନିଟ ଥିଲା ଏବେ ତାହା ୭ମିନିଟରେ ବି ସମ୍ଭବ ହୋଇଛି। ତେଣୁ ଲୋକଙ୍କ ସୁରକ୍ଷା ଓ ମହିଳାଙ୍କ ସୁରକ୍ଷା କୁ ପ୍ରାଥମିକତା ପାଇଁ ଏଭଳି ଆପ୍ କୁ ଅପଗ୍ରେଡେସନ କରାଯାଇଛି ।

Leave a Reply

Your email address will not be published. Required fields are marked *