Xfghfgnfgn

ଇନ୍ଧନ ବଞ୍ଚାଇବାକୁ ଅଭିନବ ପ୍ରୟାସ, ଘୋଡ଼ା ଚଢ଼ି ସ୍କୁଲ ଗଲେ ଶିକ୍ଷକ

Spread the love

ରାଞ୍ଚି : ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁଁ ବର୍ତ୍ତମାନ ଭାରତ ସମେତ ଅଧିକାଂଶ ରାଷ୍ଟ୍ରରେ ତୈଳ ସଙ୍କଟ ଉଦ୍‌ବେଗଜନକ ସ୍ଥିତିରେ ପହଞ୍ଚିଛି। ଏହି ପରିପ୍ରେକ୍ଷୀରେ ଇନ୍ଧନ ବଞ୍ଚାଇବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିଛି ଦିନ ପୂର୍ବେ ଦେଶବାସୀଙ୍କୁ ଯେଉଁ ଆହ୍ବାନ ଦେଇଥିଲେ, ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରିଛନ୍ତି ଝାଡଖଣ୍ଡର ଜଣେ ଶିକ୍ଷକ। ମୁନ୍ନା ପ୍ରସାଦ ଗୁପ୍ତା ନାମକ ଏହି ଶିକ୍ଷକ ଜଣକ ତାତିଦିରିସ୍ଥିତ ଏକ ସ୍କୁଲରେ କାର୍ଯ୍ୟରତ ଅଛନ୍ତି। ବର୍ତ୍ତମାନ ତାଙ୍କୁ ଜନଗଣନା କାର୍ଯ୍ୟରେ ନିୟୋଜିତ କରାଯାଇଥିବାବେଳେ ପାନ୍‌ଘାଟୱା ଅଞ୍ଚଳରେ ଥିବା ଏକ ସରକାରୀ ସ୍କୁଲରେ ପ୍ରତିଦିନ ପହଞ୍ଚିବାକୁ ପଡୁଛି। ତେବେ ମୁନ୍ନା ବାଇକ୍‌ ପରିବର୍ତ୍ତେ ବର୍ତ୍ତମାନ ଘୋଡା ଚଢ଼ି କାର୍ଯ୍ୟାଳୟକୁ ଯାଉଥିବା ଲକ୍ଷ୍ୟ କରାଯାଇଛି। ମୁନ୍ନା କହିଛନ୍ତିି ଯେ ଯେଉଁ ହାରରେ ପେଟ୍ରୋଲ ଡିଜେଲ ମୂଲ୍ୟ ବୃଦ୍ଧି ପାଉଛି, ଜଣେ ସାଧାରଣ ସରକାରୀ କର୍ମଚାରୀ ବାଇକ୍‌, କାରରେ ଅଫିସ ଯିବା କଷ୍ଟକର ହୋଇପଡୁଛି। ଏଭଳି ସ୍ଥିତିରେ ଘୋଡା ଚଢି କାର୍ଯ୍ୟସ୍ଥଳୀରେ ପହଞ୍ଚିବା ଶସ୍ତା ପ୍ରମାଣିତ ହେଉଛି ବୋଲି ସେ କହିଛନ୍ତି। ମୁନ୍ନାଙ୍କ ଘୋଡାଚଢା ଭିଡିଓ ବର୍ତ୍ତମାନ ସାମାଜିକ ଗଣମାଧ୍ୟମରେ ପ୍ରଘଟ ହୋଇଥିବାବେଳେ ଉପଭୋକ୍ତାମା​‌େ​‌ନ ତାଙ୍କର ଆଭିମୁଖ୍ୟକୁ ପ୍ରଶଂସା କରୁଛନ୍ତି।

Leave a Reply

Your email address will not be published. Required fields are marked *