Pocso case against union minister bandi sanjay kumar s son counter complaint filed 2026 05 09 1024x595

ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗ: ଗିରଫ ହେବେ ବିଜେପି ମନ୍ତ୍ରୀଙ୍କ ପୁଅ

Spread the love

ତେଲେଙ୍ଗାନା: ଜଣେ ୧୭ ବର୍ଷୀୟ ଝିଅକୁ ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା ଅଭିଯୋଗରେ କେନ୍ଦ୍ରମନ୍ତ୍ରୀ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ବନ୍ଦୀ ବାଗୀରଥଙ୍କ ବିରୁଦ୍ଧରେ ପୋକ୍ସୋ ଆଇନ ଲାଗୁ ହୋଇଛି।

ନାବାଳିକା ଝିଅର ପରିବାର ଯୌନ ନିର୍ଯାତନା ଅଭିଯୋଗ କରିବା ପରେ ବନ୍ଦୀ ସଞ୍ଜୟ କୁମାରଙ୍କ ପୁଅ ବିରୋଧରେ ପୋକ୍ସୋ ଆଇନ ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। କିନ୍ତୁ ସେ ଏହି ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ଏବଂ ଝିଅର ପିତାମାତାଙ୍କ ଉପରେ ଦାଦାବଟି ଆଦାୟ ଏବଂ ଧମକ ଦେଇଥିବା ଅଭିଯୋଗ କରିଛନ୍ତି। ୧୭ ବର୍ଷୀୟା ନାବାଳିକା ପୀଡିତାଙ୍କ ମାଆଙ୍କ ଅନୁଯାୟୀ, ତାଙ୍କ ଝିଅ ସହିତ ସମ୍ପର୍କରେ ଥିବା ସଞ୍ଜୟ କୁମାରଙ୍କ ପୁଅ ଭାଗୀରଥ ତାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ପୁଲିସ କହିଛି ଯେ ପ୍ରାୟ ସାତ-ଆଠ ମାସ ପୂର୍ବରୁ ଏହି ସମ୍ପର୍କ ଆରମ୍ଭ ହୋଇଥିଲା। ତେବେ ବିବାହର ପ୍ରଲୋଭନ ଦେଖାଇ ଭାଗୀରଥ ତାଙ୍କ ସହ ଶାରୀରିକ ସମ୍ପର୍କ ରଖିବା ସହ ତାଙ୍କୁ ଯୋୖନ ନିର୍ଯାତନା ଦେଇଛନ୍ତି।

ଅଭିଯୋଗ ପରେ ଭାଗୀରଥ କରିମନଗର ପୁଲିସରେ ପୀଡ଼ିତାଙ୍କ ମା’ଙ୍କ ବିରୁଦ୍ଧରେ ପାଲଟା ଅଭିଯୋଗ କରିଛନ୍ତି। ସେ ଅଭିଯୋଗରେ ଦର୍ଶାଇଛନ୍ତି ଯେ, ଝିଅଟି ତାଙ୍କୁ ତାଙ୍କ ପାରିବାରିକ କାର୍ଯ୍ୟକ୍ରମ ଏବଂ ଗୋଷ୍ଠୀ ସମାବେଶକୁ ନିମନ୍ତ୍ରଣ କରିଥିଲା। ଝିଅର ପରିବାରକୁ ବିଶ୍ୱସ୍ତ ମନେ କରି ସେ ସେମାନଙ୍କ ସହିତ ଯାଇଥିଲେ। ତାଙ୍କ ପରିବାର ସହ ବନ୍ଧୁ ଭାବରେ କିଛି ପବିତ୍ର ସ୍ଥାନ ମଧ୍ୟ ପରିଦର୍ଶନ କରିଥିଲେ। ପରବର୍ତ୍ତୀ ସମୟରେ, ଝିଅଟି ଏବଂ ତାଙ୍କ ବାପାମାଆ ତାଙ୍କୁ ବିବାହ କରିବାକୁ ଧମକ ଦେଇଥିଲେ। କିନ୍ତୁ ସେ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଥିଲେ, ଯାହା ପରେ ଝିଅଟିର ବାପାମାଆ ଟଙ୍କା ଦାବି କରିଥିଲେ ଏବଂ ଯଦି ସେ ଟଙ୍କା ନ ଦିଅନ୍ତି ତେବେ ମିଥ୍ୟା ଅଭିଯୋଗ କରିବେ ବୋଲି ଧମକ ଦେଇଥିଲେ। ଭୟରେ ସେ ଝିଅଟିର ବାପାଙ୍କୁ ୫୦,୦୦୦ ଟଙ୍କା ଦେଇଥିଲେ। କିନ୍ତୁ ସେମାନେ ପାଞ୍ଚ କୋଟି ଟଙ୍କା ଦାବି କରିଥିଲେ। ଯଦି ସେ ତାହା ପାଳନ ନ କରନ୍ତି ତେବେ ଆତ୍ମହତ୍ୟା ଧମକ ଦେଇଥିଲେ ବୋଲି ଭାଗୀରଥ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି।

Leave a Reply

Your email address will not be published. Required fields are marked *