ମ୍ୟାଜିକ ନମ୍ବର ପାର କଲେ ବିଜୟ, ଖୁବ ଶୀଘ୍ର ଶପଥ ଗ୍ରହଣ କରିବେ
ତାମିଲନାଡ଼ୁ: ବିଜୟଙ୍କ ଶପଥ ଗ୍ରହଣ ପାଇଁ ରାସ୍ତା ସଫା । ଭିସିକେ ଦେଲା ନିସର୍ତ୍ତ ସମର୍ଥନ । ଯାହା ପାଇଁ ଝୁଲି ରହିଥିଲା ବିଜୟଙ୍କ ଶପଥ ଗ୍ରହଣ । ଏବେ ପାର ହେଲା ମ୍ୟାଜିକ ନମ୍ବର । ଭିସିକେ ସମର୍ଥନ ପରେ ମ୍ୟାଜିକ ନମ୍ବର ୧୧୮ ଛୁଇଁଲେ ଥାଲାପତି ବିଜୟ । ପୂର୍ବରୁ କଂଗ୍ରେସ ଏବଂ ବାମ ଦଳ ସମର୍ଥନ ଜଣାଇବା ପରେ ୧୧୬ରେ ପହଞ୍ଚିଥିଲା ବିଜୟଙ୍କ ସମର୍ଥନ । ଭିସିକେ ସମର୍ଥନ ଦେବା ପରେ ଏହି ସଂଖ୍ୟା ୧୧୮ହୋଇଛି । ଭିସିକେ ପାଖରେ ରହିଛି ୨ ବିଧାୟକ । ଏବେ ମ୍ୟାଜିକ ନମ୍ବର ପାର ହେବା ସହ ଶପଥ ଗ୍ରହଣ ପାଇଁ ରାସ୍ତା ପରିସ୍କାର ହୋଇଛି । ଖୁବ ଶୀଘ୍ର ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ବିଜୟ ।
ତାମିଲନାଡ଼ୁରେ ବିଜୟ ରାଜ୍ ପାଇଁ ରାସ୍ତା ସଫା । ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀ ଆସନରେ ବସିବେ ଜନନାୟଗନ ବିଜୟ । ସବୁଠୁ ବଡ଼ ଦଳ ଭାବେ ଉଭା ହୋଇଥିବା ଥାଲାପତି ବିଜୟଙ୍କ TVK ଶେଷରେ ମ୍ୟାଜିକ ନମ୍ବର ଛୁଇଁବାରେ ସମର୍ଥ ହୋଇଛି। ଅନେକ ଟ୍ବିଷ୍ଟ ପରେ ନିସର୍ତ୍ତ ସମର୍ଥନ ଘୋଷଣା କଲା VCK । ଯାହା ପାଇଁ ଅଟକି ରହିଥିଲା ଶପଥ ଗ୍ରହଣ । ୨୩୪ ଆସନ ବିଶିଷ୍ଟ ତାମିଲନାଡ଼ୁରେ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ୧୧୮ । ବିଜୟଙ୍କ ଟିଭିକେ ଦଳକୁ ୧୦୮ ଆସନରେ ବିଜୟୀ ହୋଇଛି । ବିଜୟ ନିଜେ ଦୁଇଟି ସିଟ୍ ରେ ବିଜୟୀ ହୋଇଥିବାରୁ ଗୋଟିଏ ସିଟ୍ ଖାଲି କରିବେ ।
ତେଣୁ ବର୍ତ୍ତମାନ ଟିଭିକେ ଦଳର ସଂଖ୍ୟା ୧୦୭ ଗଣତି ହେବ । ଆଉ ୧୧ ବିଧାୟକଙ୍କ ସମର୍ଥନ ଆବଶ୍ୟକ ଥିଲା । କଂଗ୍ରେସ ପ୍ରଥମେ ସମର୍ଥନ ଘୋଷଣା କରିଥିଲା । କଂଗ୍ରେସ ପାଖରେ ୫ ବିଧାୟକ । ଫଳରେ ବିଜୟଙ୍କ ସମର୍ଥକଙ୍କ ସଂଖ୍ୟା ୧୧୨ରେ ପହଞ୍ଚିଥିଲା । ବାମ ଦଳ ସିପିଆଇ ଓ ସିପିଆଇ(ଏମ) ସମର୍ଥନ ଦେବା ପରେ ଏହି ସଂଖ୍ୟା ୧୧୬ ହୋଇଥିଲା । VCK ସମର୍ଥନ ହେଦବା ପରେ ମ୍ୟାଜିକ ନମ୍ବର ୧୧୮ଛୁଇଁଛି ବିଜୟଙ୍କ ଦଳ । ଆନୁଷ୍ଠାନିକ ସମର୍ଥନ ଜଣାଇବା ସହ ଭିସିକେ ମୁଖ୍ୟ ଡିଏମକେ ସହ କ୍ଷମତା ବଣ୍ଟନ ଗୁଜବକୁ ଖଣ୍ଡନ କରିଛନ୍ତି । ଏଥିସହ ବିଜୟଙ୍କ ଦୁସ୍ବପ୍ନର ସମୟ ଅନ୍ତ ହୋଇଛି । ଖୁବ ଶୀଘ୍ର ଶପଥ ଗ୍ରହଣ କରିବେ ଥାଲାପତି ବିଜୟ ।
