The remarkable journey of dr datteswar hota 2026 02 28 17 23 34

କଂଗ୍ରେସ ବୈଠକରେ ବିଜେଡ଼ି ରାଜ୍ୟସଭା ସାଂସଦ ପ୍ରାର୍ଥୀ ଦତ୍ତେଶ୍ୱର ହୋତା

Spread the love

ଭୁବନେଶ୍ବର: ରାଜ୍ୟସଭା ନିର୍ବାଚନ ପୂର୍ବରୁ ଉଷ୍ମ ହେଲା ରାଜନୀତି। କଂଗ୍ରେସ ବୈଠକରେ ସାମିଲ ହେଲେ ବିଜେଡ଼ି ରାଜ୍ୟସଭା ସାଂସଦ ପ୍ରାର୍ଥୀ ଦତ୍ତେଶ୍ୱର ହୋତା।
ରାଜ୍ୟସଭା ନିର୍ବାଚନ ପୂର୍ବରୁ ଘନେଇଲା ରାଜନୀତି। କଂଗ୍ରେସ ବୈଠକରେ ସାମିଲ ହେଲେ ବିଜେଡ଼ି ରାଜ୍ୟସଭା ସାଂସଦ ପ୍ରାର୍ଥୀ ଡ଼ଃ ଦତ୍ତେଶ୍ୱର ହୋତା। ଡ଼ଃ ହୋତାଙ୍କୁ ବିଜୁ ଜନତା ଦଳ ରାଜ୍ୟସଭା ପାଇଁ ଚତୁର୍ଥ ପ୍ରାର୍ଥୀ ରୂପେ ବାଛିଛି। ଦଳର ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ତାଙ୍କୁ କମନ ପ୍ରାର୍ଥୀ ରୂପେ ଘୋଷଣା କରିଛନ୍ତି। ତେବେ ଏହା ପୂର୍ବରୁ କଂଗ୍ରେସ ମଧ୍ୟ ତାଙ୍କୁ ପ୍ରାର୍ଥୀ କରିବା ବୋଲି କହିଥିଲା। ପରେ ପିସିସି ସଭାପତି ଭକ୍ତ ଦାସ କହିଥିଲେ ଯେ, ନବୀନଙ୍କ ସହ ଆଲୋଚନା ପରେ ତାଙ୍କୁ କମନ ପ୍ରାର୍ଥୀ କରାଯାଇଛି। ତେଣୁ କଂଗ୍ରେସ ତାଙ୍କୁ ସମର୍ଥନ କରିବ ବୋଲି ଭକ୍ତ କହିଥିଲେ। ନବୀନ ମଧ୍ୟ ତାଙ୍କୁ କମନ ପ୍ରାର୍ଥୀ ଘୋଷଣା କରି ସବୁ ଦଳର ସମର୍ଥନ ଲୋଡ଼ିଥିଲେ।
ତେବେ ଏହାରି ଭିତରେ ସୋମବାର ଭୁବନେଶ୍ୱରର ଏକ ଘରୋଇ ହୋଟେଲରେ କଂଗ୍ରେସ ବୈଠକ ଅନୁଷ୍ଠିତ ହୋଇ ଯାଇଛି। ବୈଠକରେ ଡ଼ଃ ଦତ୍ତେଶ୍ୱର ହୋତା ମଧ୍ୟ ସାମିଲ ହୋଇଛନ୍ତି। କଂଗ୍ରେସ ବୈଠକରେ ବିଧାୟକ, ପିସିସି ସଭାପତି ଓ ପ୍ରଭାରୀ ଅଜୟ ଲଲ୍ଲୁଙ୍କ ସମେତ ରାଜ୍ୟ ଓ କେନ୍ଦ୍ର ସ୍ତରୀୟ ନେତା ସାମିଲ ହୋଇଛନ୍ତି।

Leave a Reply

Your email address will not be published. Required fields are marked *