Images 1

ଚନ୍ଦ୍ରଗ୍ରହଣ ପାଇଁ ୧୩ ଘଣ୍ଟା ବନ୍ଦ ରହିବ ବାବାମଣିଙ୍କ ଦର୍ଶନ

Spread the love

ଆରଡି: ମାର୍ଚ୍ଚ ୩ ତାରିଖ ଦୋଳ ପୂର୍ଣ୍ଣିମା ଦିନ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଆରଡି ପୀଠ ବାବା ଆଖଣ୍ଡଳମଣିଙ୍କ ମନ୍ଦିରରେ ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ମନ୍ଦିର ପରମ୍ପରା ଅନୁଯାୟୀ, ଗ୍ରହଣର ପାକ ତ୍ୟାଗଠାରୁ ଗ୍ରହଣ ସର୍ବମୋକ୍ଷ ପର୍ଯ୍ୟନ୍ତ ଦେବନୀତି ସହ ପୂଜାର୍ଚ୍ଚନା ବନ୍ଦ ରହିବ। ଏଥିପାଇଁ ବାବାଙ୍କ ଦର୍ଶନ ମଧ୍ୟ ବନ୍ଦ ରହିବ। ପୂର୍ଣ୍ଣିମା ଦିନ ସକାଳ ୬ଟା ୧୫ ମିନିଟରୁ ପାକ ତ୍ୟାଗ ଆରମ୍ଭ ହେଉଥିବାରୁ ଏହା ପୂର୍ବରୁ ଅର୍ଥାତ ରାତି ସାଢ଼େ ୩ଟାରେ ମନ୍ଦିର ଦ୍ୱାରଫିଟା ନୀତି ସହ ମଙ୍ଗଳ ଆଳତି, ମହାସ୍ନାନ, ଘର୍ଷଣଲାଗି ସମ୍ପନ୍ନ ହେବା ପରେ ବାବାଙ୍କୁ ଦିଗମ୍ବର ବେଶରେ ପହିଲି ବାଲ୍ୟ ଭୋଗଲାଗି କରାଯିବ। ପରେ ସକାଳ ୬ଟା ସୁଦ୍ଧା ବାବାଙ୍କୁ ପଞ୍ଚାନନ ବେଶରେ ସଜ୍ଜିତ କରାଯାଇ ପ୍ରଥମ ଅନ୍ନ ନୀତି ଓ ପଞ୍ଚ ଉପଚାର ପୂଜା ସମ୍ପନ୍ନ କରାଯିବ। ସନ୍ଧ୍ୟା ୬ଟା ୧୫ରେ ପହଡ଼ ପଡ଼ିବ। ୬ଟା ୪୭ ମିନିଟରେ ଗ୍ରହଣ ସର୍ବମୋକ୍ଷ ପରେ ପୁନର୍ବାର ମନ୍ଦିର ପହଡ଼ ଖୋଲାଯାଇ ମହାସ୍ନାନ ଓ ଆଳତି ସହ ଦୈନନ୍ଦିନ ନୀତିକାନ୍ତି, ବଡ଼ସିଂହାର ବେଶ ଓ ଦୋଳ ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଦୀର୍ଘ ୧୩ ଘଣ୍ଟା ଧରି ବାବାଙ୍କ ମନ୍ଦିରରେ ସର୍ବସାଧାରଣ ଦର୍ଶନ ଓ ସେବାପୂଜା ବନ୍ଦ ରହିବ ବୋଲି ଉଭୟ ମନ୍ଦିର ପ୍ରଶାସନ ଓ ସେବାୟତଙ୍କ ପକ୍ଷରୁ ସୂଚନା ଦିଆଯାଇଛି।

Leave a Reply

Your email address will not be published. Required fields are marked *