Screenshot 2026 02 27 050658

ମାଓବାଦୀଙ୍କ ଦ୍ବାରା ନିର୍ମିତ ୨୦ରୁ ଉର୍ଦ୍ଧ୍ବ ସହିଦ ସ୍ତମ୍ଭ ଭାଙ୍ଗିଲେ ଗ୍ରାମବାସୀ

Spread the love

ମାଲକାନଗିରି: ୨୦ରୁ ଉର୍ଦ୍ଧ୍ବ ସହିଦ ସ୍ତମ୍ଭଗୁଡିକୁ ଭାଙ୍ଗିଲେ ସ୍ଥାନୀୟ ଗ୍ରାମବାସୀ । ସ୍ୱାଭିମାନ ଅଂଚଳ, ମାଥିଲି, କାଲିମେଳା, ଖଇରପୁଟରେ ଭାଙ୍ଗିଲେ ସହିଦ ସ୍ତମ୍ଭ । ଗାଁଲୋକେ ସ୍ୱେଚ୍ଛାକୃତ ଭାବରେ ମାଓଗଡ଼ରେ ସ୍ଥାପିତ ମାଓବାଦୀଙ୍କ ସହିଦ ସ୍ମାରକ ସ୍ତମ୍ବକୁ ଭାଙ୍ଗି ନଷ୍ଟ କରିଦେଇ ଶାନ୍ତି ଏବଂ ବିକାଶ ଆଡ଼କୁ ପରିବର୍ତ୍ତନର ସଙ୍କେତ ଦେଇଛନ୍ତି ।

ଏହି ଅଂଚଳମାନଙ୍କରେ ନକ୍ସଲ ଗତିବିଧି କମିଥିବା ବେଳେ ଶାନ୍ତି ଫେରିଛି। ସରକାରଙ୍କ ତରଫରୁ ବିକାଶମୂଳକ କାର୍ଯ୍ୟ ତ୍ୱରାନ୍ୱିତ ହେଉଛି।

ସୂଚନାଥାଉକି, ଗ୍ରାମବାସୀମାନେ ସାମୂହିକ ଆଲୋଚନା ମାଧ୍ୟମରେ ନିଷ୍ପତ୍ତି ନେଇଥିଲେ ଯେ ଗାଁ ଗହଳ ରେ ଥିବା ମାଓବାଦୀଙ୍କ ସହିଦ ସ୍ତମ୍ବକୁ ଆଉ ରଖାଯିବ ନାହିଁ। ମାଓବାଦୀ ସମସ୍ୟା ଲୋପ ପାଇ ଥିବା ବେଳେ ସ୍ତମ୍ଭ ଗୁଡିକୁ ମଧ୍ୟ ଲୋପ କରାଯିବ। ଗ୍ରାମବାସୀଙ୍କ କହିଛନ୍ତି ଯେ ବର୍ଷ ବର୍ଷ ଧରି ଉଗ୍ରବାଦୀ ପ୍ରଭାବ କେବଳ ଭୟ, ମୌଳିକ ସେବାରେ ବାଧା ଏବଂ ଗ୍ରାମର ବିକାଶକୁ ଅଟକାଇ ଦେଇଛି।

 

Leave a Reply

Your email address will not be published. Required fields are marked *