Whatsapp image 2026 02 23 at 3.5

ଚାଷୀଙ୍କ ପାଇଁ ଆସନ୍ତାକାଲି ବିଜେଡିର ବଡ ସମାବେଶ

Spread the love

ଭୁବନେଶ୍ୱର: ମଙ୍ଗଳବାର ରାଜଧାନୀରେ ଗର୍ଜିବେ ନବୀନ ଓ ତାଙ୍କ ଟିମ୍ । ପ୍ରତିବାଦ, ବିକ୍ଷୋଭ ପ୍ରଦର୍ଶନ କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ମୋହନ ସରକାରଙ୍କ ବାହାସ୍ପଟ ବିରୋଧରେ ପ୍ରଖର ଓ ଶାଣିତ ସ୍ୱର ଉଠାଇବେ ବିଜେଡି ସୁପ୍ରିମୋ । ରାଜ୍ୟରେ ଚାଷୀଙ୍କ ସମସ୍ୟା ବଢୁଛି, ଆଇନ ଶୃଙ୍ଖଳା ପରିସ୍ଥିତି ବିପର୍ଯ୍ୟସ୍ତ ଭଳି ବୃହତ ସମସ୍ୟା ନେଇ ଆସନ୍ତାକାଲି ଭୁବନେଶ୍ଵର ରାଜରାସ୍ତାରେ ଆନ୍ଦୋଳନକୁ ଓହ୍ଲାଇବ ବିଜେଡି ।

ରାଜ୍ୟରେ ଚାଷୀ ସମସ୍ୟା, ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଭଳି ସଙ୍ଗୀନ ସମସ୍ୟାକୁ ଅଣଦେଖା କରୁଥିବା ଯୋଗୁଁ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବା ପାଇଁ ନିଷ୍ପତ୍ତି ନେଇଥିବା ଆଜି ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେଡିର ଉପସଭାପତି ସଞ୍ଜୟ ଦାସ ବର୍ମା ଓ ପ୍ରସନ୍ନ ଆଚାର୍ଯ୍ୟ । ଶଙ୍ଖ ଭବନରେ ଆୟୋଜିତ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ମିଶ୍ର ଓ ସଞ୍ଜୟ ଦାସ ବର୍ମା ରାଜ୍ୟରେ ମୋହନ ସରକାର ଚାଷୀ ସହିତ ବିଧାନସଭାକୁ ଭ୍ରମିତ କରୁଥିବା ଅଭିଯୋଗ ଆଣିଛନ୍ତି ।

ମଣ୍ଡିରେ ଦେଢ଼ ଲକ୍ଷ ଚାଷୀଙ୍କ ନା ଚଞ୍ଚକତା କରି ରେଜିଷ୍ଟ୍ରେସନ ଲିଷ୍ଟରୁ ମୋହନ ସରକାର ନା କାଟିଥିବା ବିଜେଡି ଅଭିଯୋଗ କରିଛି । ଖରିଫ ଋତୁ ଚାଷ ପାଇଁ ରେଜିଷ୍ଟ୍ରେସନ୍ କରିଥିବା ଚାଷୀଙ୍କ ଲିଷ୍ଟକୁ ଏପଟ ସେପଟ କରିଛନ୍ତି ସରକାର । ସରକାରୀ ବିଜ୍ଞପ୍ତି ସତ୍ତ୍ଵେ ଧାନ ନେଉ ନାହାଁନ୍ତି ସରକାର। ଚାଷୀଙ୍କୁ ଧୋକା ଓ ପ୍ରତାରଣା କରିଛି ବିଜେପି। ତେଣୁ ଭୁବନେଶ୍ୱର ରାଜରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରିବ ବିଜେଡି। କେବଳ ଚାଷୀ ନୁହେଁ କେନ୍ଦ୍ରାପଡା ରାଜନଗରରେ ଆଇନ ଶୃଙ୍ଖଳା ମଧ୍ୟ ବିପର୍ଯ୍ୟସ୍ତ ହୋଇପଡିଛି। ତେଣୁ ଏହିଭଳି ଗୁରୁତର ସମସ୍ୟାକୁ ନେଇ ରାଜରାସ୍ତାକୁ ଓହ୍ଲାଇବ ବୋଲି ବିଜେଡି ପକ୍ଷରୁ କୁହାଯାଇଛି।

Leave a Reply

Your email address will not be published. Required fields are marked *