Xfbfgnghngh

ଗୋକର୍ଣ୍ଣେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼: ସାଢେ ୧୦ରେ ଉଠିବ ମହାଦୀପ

Spread the love

ଧର୍ମଶାଳା : ଆଜି ମହାଶିବରାତ୍ରି ଜାଗର ଯାତ୍ରା। ଏହି ଉପଲକ୍ଷେ ଓଡିଶାର ପୁରପଲ୍ଲୀର ଶୈବ ପୀଠ ଚଳଚଞ୍ଚଳ ହୋଇ ପଡିଛି। ଦେବ ଦେବ ମହାଦେବଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ।

ଯାଜପୁର ଜିଲ୍ଲା ଧର୍ମଶାଳାର ପ୍ରସିଦ୍ଧ ଶୈବ ପୀଠ ବାବା ଗୋକର୍ଣ୍ଣେଶ୍ୱର ମହାଦେବଙ୍କ ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି। ମହାଦେବଙ୍କ ଦର୍ଶନ କରିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଛି। ରାତି ତିନିଟାରୁ ପହଡ଼ ଖୋଲିଲା ପରେ ଚାଲିଛି ସ୍ୱତନ୍ତ୍ର ନୀତି କାନ୍ତି। ଆଜି ରାତି ସାଢ଼େ ଦଶଟାରେ ମହାଦୀପ ଉଠିବାର ସମୟ ନିର୍ଘଣ୍ଟ କରାଯାଇଛି। ଅଧିକ ଶ୍ରଦ୍ଧାଳୁଙ୍କ ଆଗମନକୁ ଦେଖି ଟ୍ରଷ୍ଟ ବୋର୍ଡ ପକ୍ଷରୁ ଶୃଙ୍ଖଳିତ ଦର୍ଶନ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି। ଶାନ୍ତିଶୃଙ୍ଖଳା ପାଇଁ ସ୍ଥାନୀୟ ପୋଲିସ ପ୍ରଶାସନ ପକ୍ଷରୁ ପୋଲିସ ମୁତୟନ କରାଯାଇଛି।

Leave a Reply

Your email address will not be published. Required fields are marked *