State କେନାଲ ଭିତରକୁ ପଶିଗଲା ଟ୍ରାକ୍ଟର; ୩ ମୃତ, ୩ ଗୁରୁତର kartabya February 13, 2026 Spread the loveମୟୁରଭଞ୍ଜ: ଭାରସାମ୍ୟ ହରାଇ କେନାଲ ଭିତରକୁ ପଶିଗଲା ଟ୍ରାକ୍ଟର । ଦୁର୍ଘଟଣାରେ ୩ ମୃତ ୩ ଗୁରୁତର ଜଣାପଡିଛି । ମୃତକଙ୍କ ମଧ୍ୟରେ ୨ ନାବାଳକ ରହିଥିବା ବେଳେ ଦୁର୍ଘଟଣାରେ ଟ୍ରାକ୍ଟର ଡ୍ରାଇଭର ମଧ୍ୟ ମୃତ । ଏଭଳି ଦୁଃଖଦ ଘଟଣା ଘଟିଛି କରଞ୍ଜିଆ ଥାନା ଅନ୍ତର୍ଗତ ମୁର୍ଗାସାହି ନିକଟରେ । କରଞ୍ଜିଆ ବ୍ଲକ ଖଡ଼ିକୁଦର ଗାଁରେ ଚାଲିଥିବା ବାର୍ଷିକ କ୍ରୀଡା ଦେଖି ଘରକୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ଖବର ପାଇ ଅଗ୍ନିଶମ ଓ ଆମ୍ବୁଲାନ୍ସ ସହାୟତାରେ ସମସ୍ତଙ୍କୁ ଉଦ୍ଧାର କରି କରଞ୍ଜିଆ ମେଡ଼ିକାଲକୁ ଅଣାଯାଇଛି ଓ ଗୁରୁତରଙ୍କ ଚିକିତ୍ସା ଜାରି ରହିଛି ।