5r3zxj6vky8oxtfvofys

ୟୁନୁସଙ୍କ ଭାରତଠାରୁ ଦୂରେଇ ରହିବାର ନୀତି ଅତ୍ୟନ୍ତ ବିପଦପୂର୍ଣ୍ଣ

Spread the love

ଢାକା : ଦେଶରେ ଚାଲୁଥିବା ରାଜନୈତିକ ଅସ୍ଥିରତା ମଧ୍ୟରେ ପୂର୍ବତନ ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ଗୁରୁତ୍ୱପୂର୍ଣ୍ଣ ଅଭିଯୋଗ ଉଠାଇଛନ୍ତି। ଫାର୍ଷ୍ଟପୋଷ୍ଟ‌କୁ ଦିଆ ଏକ ବିଶେଷ ସାକ୍ଷାତକାରରେ ସେ କହିଛନ୍ତି ଯେ ଅନ୍ତରୀଣ ମୁଖ୍ୟ ପରାମର୍ଶଦାତା ମହମ୍ମଦ ୟୁନୁସଙ୍କ ବୈଦେଶିକ ନୀତି ଦିଗହୀନ ଏବଂ ସେ ଜାଣିଶୁଣି ଭାରତଠାରୁ ଦୂରେଇ ରହି ବାଂଲାଦେଶକୁ ଗଭୀର ବିପଦ ଦିଗରେ ନେଇଯାଉଛନ୍ତି।
ହସିନାଙ୍କ ମତାନୁସାରେ, ୟୁନୁସଙ୍କ ବିଦେଶନୀତି ଉଗ୍ରବାଦୀ ଶକ୍ତିକୁ ସଶକ୍ତ କରୁଛି ଏବଂ ଏହା ଦକ୍ଷିଣ ଏସୀୟ ସ୍ଥିରତାରେ ଗମ୍ଭୀର ପ୍ରଭାବ ପକାଇପାରେ। ସେ ଜଣାଇଛନ୍ତି ଯେ ଭାରତ ବାଂଲାଦେଶର ସବୁଠାରୁ ପୁରୁଣା, ନିକଟତମ ଏବଂ ବିଶ୍ୱସ୍ତ ସହଭାଗୀ, ଯାହା ଭୌଗୋଳିକ, ଅର୍ଥନୈତିକ ଓ ସୁରକ୍ଷା ମାମଲାରେ ଢାକା ପାଇଁ ଅତ୍ୟନ୍ତ ଜରୁରୀ।
ଏହି ମତାମତ ଏମିତି ସମୟରେ ଆସିଛି ଯେତେବେଳେ ଭାରତ-ବାଂଲାଦେଶ ସମ୍ପର୍କରେ ଉତ୍ତେଜନା ବଢ଼ିଛି ଏବଂ ଦେଶଭିତରେ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ନେଇ ଚର୍ଚ୍ଚା ତିବ୍ର ହେଉଛି।
ସେ ଅଧିକ କହିଛନ୍ତି ଯେ ନିଜ ସରକାର ସମୟରେ ସେ ଭାରତ ଓ ଚୀନ – ଉଭୟ ସହ ସନ୍ତୁଳିତ ସମ୍ପର୍କ ରଖିଥିଲେ। କିନ୍ତୁ ଯେକୌଣସି ପରିସ୍ଥିତିରେ ଭାରତ ପରି ପଡ଼ୋଶୀଠାରୁ ଦୂରେଇବା ଦେଶ ପାଇଁ ହାନିକାରକ ହେବ ବୋଲି ସେ ସତର୍କ କରିଛନ୍ତି।

Leave a Reply

Your email address will not be published. Required fields are marked *