Images (3)

ଭାରତ ସହ ବାଣିଜ୍ୟିକ ଆଲୋଚନା କଲେ ଟ୍ରମ୍ପଙ୍କ ଟିମ୍‌

Spread the love

ନୂଆଦିଲ୍ଲୀ: ଭାରତ ସହ ଆମେରିକାର ଟାରିଫ୍‌ ଯୁଦ୍ଧ ପରେ ବାଣିଜ୍ୟିକ ସଂପର୍କକୁ ସୁଦୃଢ଼ କରିବାକୁ ଆଗ୍ରହ ପ୍ରକାଶ କରିଛି ଆମେରିକା । ଏହାକୁ ନେଇ ଉଭୟ ଦେଶ ମଧ୍ୟରେ ଆଲୋଚନା ମଧ୍ୟ ହୋଇଥିବା କହିଛି ଆମେରିକା । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ଆଲୋଚନା କରିଥିବା ହ୍ୱାଇଟ୍ ହାଉସ୍ ପକ୍ଷରୁ କୁହାଯାଇଛି।

ହ୍ୱାଇଟ୍ ହାଉସ୍ ପ୍ରେସ୍ ସଚିବ କାରୋଲିନ୍ ଲିଭିଟ୍ କହିଛନ୍ତି ଯେ, ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ-ଆମେରିକା ସମ୍ପର୍କକୁ ମଜଭୁତ କରିବାକୁ ଅତ୍ୟନ୍ତ ଦୃଢ଼ତାର ସହ ଚିନ୍ତା କରୁଛନ୍ତି । ସେ କହିଛନ୍ତି ଯେ, ଟ୍ରମ୍ପ ଓଭାଲ୍ ଅଫିସରେ ଦୀପାବଳି ଦିନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ କଥା ହୋଇଥିଲେ । ସମ୍ପର୍କକୁ ସୁଦୃଢ଼ କରିବାରେ ଭାରତରେ ଥିବା ଆମେରିକାର ରାଷ୍ଟ୍ରଦୂତ ସର୍ଗିଓ ଗୋର୍ଙ୍କ ଭୂମିକାକୁ ପ୍ରଶଂସା କରିଥିଲେ ଟ୍ରମ୍ପ । ଲିଭିଟ୍ ଆହୁରି ମଧ୍ୟ କହିଛନ୍ତି ଯେ, ଟ୍ରମ୍ପଙ୍କ ବାଣିଜ୍ୟ ଟିମ୍ ଭାରତ ସହିତ ବିସ୍ତୃତ ଆଲୋଚନାରେ ରହିଛନ୍ତି । ଟ୍ରମ୍ପଙ୍କ ବାରମ୍ବାର ଦାବି ପରେ ମୋଦୀ ରୁଷରୁ ତୈଳ ଆମଦାନୀ ବନ୍ଦ କରିବାକୁ ପ୍ରତିଶ୍ରୁତି ଦେଇଥିଲେ। ପୂର୍ବରୁ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏପରି ଦାବିକୁ ଖାରଜ କରି କହିଛନ୍ତି ଯେ ଦେଶର ଶକ୍ତିଉତ୍ସ ବାଛିବା ଜାତୀୟ ସ୍ୱାର୍ଥ ଏବଂ ଗ୍ରାହକ କଲ୍ୟାଣ ଉପରେ ଆଧାରିତ । ଦେଶର ଜାତୀୟ ସ୍ଵାର୍ଥ ମଧ୍ୟରେ ଆମେରିକା ସହିତ ସହଯୋଗ ମଧ୍ୟ ଅନ୍ତର୍ଭୁକ୍ତ।

Leave a Reply

Your email address will not be published. Required fields are marked *