19 090

ମଦ ପାଇଁ ବାପାକୁ ଗୁଳି କରି ନିଜ ଜୀବନ ହାରିଲା ପୁଅ

Spread the love

ବୃନ୍ଦାବନ: ନିଶା କେବଳ ମଣିଷର ଜୀବନ ନିଏନାହିଁ । ନିମିଷକ ମଧ୍ୟରେ ଗୋଟିଏ ପରିବାରକୁ ବରବାଦ କରିଦିଏ। ଏଭଳି ଏକ ଲୋମ ହର୍ଷଣକାରୀ ଘଟଣା ଦେଖିବାକୁ ମିଳିଛି ବୃନ୍ଦାବନରେ। ଘରୋଇ କଳହକୁ କେନ୍ଦ୍ର କରି ଜଣେ ପୁଅ ନିଜ ବାପାକୁ ହତ୍ୟା କରିଛି। ଅଭିଯୁକ୍ତ ଜଣକ ନରେଶ ବୋଲି ଜଣାପଡିଛି।
ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ରାତି ପ୍ରାୟ ୯ଟା ସମୟରେ, ନରେଶ ନିଜ ଘରେ ମଦ୍ୟପାନ କରୁଥିଲେ। ଏହା ଦେଖି ତାଙ୍କ ବାପା ଏହାକୁ ବିରୋଧ କରିଥିଲେ। ଏବଂ ଉଭୟଙ୍କ ମଧ୍ୟରେ ମଦ୍ୟପାନକୁ ନେଇ ଯୁକ୍ତିତର୍କ ହୋଇଥିଲା। ପରେ ଏହି ଝଗଡା ଏତେ ଉଗ୍ରରୂପ ନେଇଥିଲା ଯେ ପୁଅ ବାପାକୁ ଗୁଳି କରି ହତ୍ୟା କରିବାକୁ ବି ପଛାଇ ନଥିଲା। ପରେ ପୁଅ ନିଜକୁ ନିଜେ ମଧ୍ୟ ଗୁଳି କରିଛି।

ପୁଲିସର କହିବାନୁଯାୟୀ ନରେଶ ଅଗ୍ରଓ୍ବାଲଙ୍କ ବାପା ସୁରେଶ ଚନ୍ଦ୍ର ଅଗ୍ରଓ୍ବାଲ(୭୭) ଦିନେଶ-୫୫୫ ବିଡ଼ି ବ୍ରାଣ୍ଡର ମାଲିକ । ନରେଶ ଏକ ଲାଇସେନ୍ସପ୍ରାପ୍ତ ବନ୍ଧୁକ ବ୍ୟବହାର କରି ତାଙ୍କ ବାପାଙ୍କୁ ଗୁଳି କରିଥିଲା। ପରେ ଘର ଥିବା ମନ୍ଦିରରେ ନିଜକୁ ଗୁଳି କରିଥିଲା। ତେବେ ପୁଲିସ୍‌ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *