Rabri devi 2025 11 01 17 47 05

ତେଜପ୍ରତାପଙ୍କ ବିରୋଧରେ ପ୍ରଚାର କରିବିନି: ରାବ୍ରୀ ଦେବୀ

Spread the love

ବିହାର: ରାଷ୍ଟ୍ରୀୟ ଜନତା ଦଳ (RJD) ଏବଂ ଲାଲୁ ପରିବାରରୁ ବିତାଡ଼ିତ ନେତା ତଥା ନିଜ ବଡ଼ପୁଅ ତେଜପ୍ରତାପ ଯାଦବଙ୍କ ସମ୍ପର୍କରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରୀ ଦେବୀ । ସେ କହିଛନ୍ତି ଯେ ତେଜପ୍ରତାପଙ୍କ ବିରୋଧରେ ପ୍ରଚାର କରିବେ ନାହିଁ ଓ ସେ ଜିତିବା ତାଙ୍କ ଇଚ୍ଛା ।

ପ୍ରଥମ ଥର ପାଇଁ, ରାବ୍ରୀ ଦେବୀ ସାର୍ବଜନୀନ ଭାବରେ ତାଙ୍କ ପୁଅ ତେଜ ପ୍ରତାପ ଯାଦବଙ୍କ ବିଷୟରେ ତାଙ୍କର ମତ ସ୍ପଷ୍ଟ ମତ ରଖିଥିଲେ। ସେ କହିଥିଲେ, “ସେ ମୋର ପୁଅ, କିନ୍ତୁ ଏହି ଲୋକମାନେ ତାଙ୍କୁ ଦଳ ଏବଂ ଘରୁ ବାହାର କରିଦେଇଛନ୍ତି। ତେବେ ତା ବିରୋଧରେ ମୁଁ ପ୍ରଚାର କରିବି ନାହିଁ, କିନ୍ତୁ ସେ ଜିତୁ ବୋଲି ମୋର ଇଚ୍ଛା ଅଛି।” ସେ ଆହୁରି ମଧ୍ୟ କହିଛନ୍ତି, “ସେ ନିଜ ଗୋଡ଼ରେ ଛିଡ଼ା ହେଉ ବୋଲି ମୋର ଇଚ୍ଛା ଏବଂ ବିହାରରେ କାମ କରିବାର ସମସ୍ତଙ୍କ ଅଧିକାର ଅଛି।” ତେଜସ୍ୱୀ ଏବଂ ତେଜ ପ୍ରତାପଙ୍କ ମଧ୍ୟରେ ଚାଲିଥିବା ରାଜନୈତିକ ମତଭେଦ ସମ୍ପର୍କରେ ସେ କହିଛନ୍ତି, “ପରିବାର ଭିତରେ କିଛି ହୋଇପାରେ, କିନ୍ତୁ ସେମାନେ ଭାଇଭଉଣୀ। ଯାହାର ଘର ନାହିଁ, ସେମାନେ ଅନ୍ୟମାନଙ୍କ ଘରେ ଝଗଡ଼ା ସୃଷ୍ଟି କରନ୍ତି।”

Leave a Reply

Your email address will not be published. Required fields are marked *