Download (1)

ସୈଫ୍‌ଙ୍କୁ ଆକ୍ରମଣ ଘଟଣାରେ କ୍ରାଇମବ୍ରାଞ୍ଚ ତନାଘନା, କର୍ମଚାରୀଙ୍କ ମୋବାଇଲ୍ ଜବତ

Spread the love

ନୂଆଦିଲ୍ଲୀ ୧୬।୦୧: ସୁପରଷ୍ଟାର ସୈଫ ଅଲୀ ଖାନଙ୍କ ଉପରେ ଆକ୍ରମଣକୁ ନେଇ ଭୟଭୀତ ବଲିଉଡ । ରାତି ୨ଟାରେ ଦୁର୍ବୃତ୍ତ ଅଭିନେତାଙ୍କୁ କରିଥିଲା ଆକ୍ରମଣ । ଏହାପରେ ସୈଫ୍‌ଙ୍କୁ ଲୀଳାବତୀ ହସ୍ପିଟାଲ୍‌ରେ କରାଯାଇଥିଲା ଭର୍ତ୍ତି । ସୈଫଙ୍କ ସ୍ବାସ୍ଥ୍ୟାବସ୍ଥା ବର୍ତ୍ତମାନ ସ୍ଥିର ଥିବା ଜଣାପଡିଛି । ପ୍ରାୟ ଅଢ଼େଇ ଘଣ୍ଟା ଧରି ଚାଲିଥିଲା ସୈଫଙ୍କ ଅପରେସନ । ତାଙ୍କ ଶରୀରରେ ୬ଟି ସ୍ଥାନରେ କ୍ଷତଚିହ୍ନ ଥିବା କହିଛନ୍ତି ଡାକ୍ତର । ସୈଫଙ୍କ ପିଠି ଓ ହାତରେ ଲାଗିଥିଲା ଗଭୀର କ୍ଷତ ।

ସୈଫଙ୍କୁ ଆକ୍ରମଣ ଘଟଣାରେ ବାନ୍ଦ୍ରା ପୋଲିସର ତଦନ୍ତ ଆରମ୍ଭ କରିଛି । ବାନ୍ଦ୍ରା ସ୍ଥିତ ବାସଭବନରେ ମୁମ୍ବାଇ କ୍ରାଇମବ୍ରାଞ୍ଚର ତନାଘନା କରିଛି । ଡିସିପିଙ୍କ କହିବା ଅନୁଯାୟୀ ଅଭିଯୁକ୍ତଙ୍କୁ ସିସିଟିଭି ଜରିଆରେ ଚିହ୍ନଟ କରାଯାଇଛି । କିନ୍ତୁ ଏହି ମାମଲାରେ କାହାକୁ ଗିରଫ କରାଯାଇନାହିଁ  ।

ସୈଫ୍ ଅଲ୍ଲୀ ଖାନ ଆକ୍ରମଣ ମାମଲାରେ ମୁମ୍ବାଇ ପୋଲିସ କହିଛି ଯେ ଅଭିଯୁକ୍ତମାନେ ଘର ବାହାରେ ଥିବା ସିଢି ଦେଇ ଘରେ ପ୍ରବେଶ କରିଥିଲେ । ପୋଲିସ ଏହି ମାମଲାକୁ ଚୋରି ଉଦ୍ୟମ ଭାବରେ ଦେଖୁଛି । ଆପାର୍ଟମେଣ୍ଟରେ ଜଣେ ଅଭିଯୁକ୍ତଙ୍କ ଗତିବିଧି ଦେଖାଯାଇଥିଲା । ପୋଲିସ କହିଛି ଯେ ୧୦ଟି ତଦନ୍ତକାରୀ ଟିମ୍‌ କାମ କରୁଛନ୍ତି । ଅଭିଯୁକ୍ତଙ୍କୁ ଖୁବ୍ ଶୀଘ୍ର ଗିରଫ କରାଯିବ।

ଅନ୍ୟପଟେ ଆକ୍ରମଣ ସମ୍ପର୍କରେ ପୋଲିସ ଘରୋଇ ସହାୟକଙ୍କ ବୟାନ ରେକର୍ଡ କରିଛି । କ୍ରାଇମବ୍ରାଞ୍ଚ ଟିମ୍ ସୈଫଙ୍କ ଘରେ କାମ କରୁଥିବା ତିନି ଜଣ କର୍ମଚାରୀଙ୍କୁ ଅଟକ ରଖିଛି । ସୁରକ୍ଷା କର୍ମୀମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି। କର୍ମଚାରୀଙ୍କ ମୋବାଇଲ୍ ଜବତ କରାଯାଇଛି।

ପୋଲିସ କହିଛି ଯେ ଜଣେ ଅଜଣା ବ୍ୟକ୍ତି ଅଭିନେତାଙ୍କ ବାସଭବନରେ ପ୍ରବେଶ କରି ଘରୋଇ ସହାୟକଙ୍କ ସହ ଯୁକ୍ତିତର୍କ କରିଥିଲେ। ଏଥିରେ ଅଭିନେତା ହସ୍ତକ୍ଷେପ କରି ବ୍ୟକ୍ତିଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିବା ସମୟରେ ସୈଫଙ୍କୁ ଆକ୍ରମଣ କରିଥିଲେ ଦୁର୍ବୃତ୍ତ ।

Leave a Reply

Your email address will not be published. Required fields are marked *