Police3 1

ଅନୁଗୋଳରେ ଗୁଳି କରି ଯୁବକଙ୍କୁ ହତ୍ୟା

Spread the love

ଅନୁଗୋଳ : ଅନୁଗୋଳରେ ଫୁଟିଲା ଗୁଳି। ବନ୍ତଳା ଥାନା ବନ୍ତଳ ଗାଁ ନିମ ଛକରେ ଗୁଳିକାଣ୍ଡରେ ଜଣେ ଯୁବକ ମୃତ। ମୃତକ ହେଲେ ବନ୍ତଳା ଗାଁର ସୁଶାନ୍ତ ପ୍ରଧାନ। ଗୁଳିମାଡ ପରେ ସୁଶାନ୍ତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରୁ ବନ୍ଧୁକ ଓ ବାଇକ ଜବତ ହୋଇଛି। ଗୁଳିମାଡ ପରେ ଦୁର୍ବୃତ୍ତ ଫେରାର ହୋଇଛନ୍ତି। ଘଟଣାସ୍ଥଳରେ ବନ୍ତଳା ଥାନା ପୁଲିସ ପହଞ୍ଚି ତଦନ୍ତ କରୁଛି। କିଏ ଓ କାହିଁକି ସୁଶାନ୍ତଙ୍କୁ ଗୁଳି କରିଛି, କାରଣ ଅସ୍ପଷ୍ଟ ରହିଛି।

Leave a Reply

Your email address will not be published. Required fields are marked *