Ap22067499560218 750x430

ଋଷର ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣରେ ଛାରଖାର ୟୁକ୍ରେନର ରେଳସେବା: ସଙ୍କଟରେ କିଭ୍‌ !

Spread the love

କିଭ୍ : ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ଅର୍ଥନୈତିକ ମେରୁଦଣ୍ଡ କୁହାଯାଉଥିବା ରେଳସେବା ଉପରେ ଋଷିଆର ଭୟଙ୍କର ଆକ୍ରମଣ ଜାରି ରହିଛି। ଋଷର ମିସାଇଲ୍ ଓ ଡ୍ରୋନ୍ ଆକ୍ରମଣ ଯୋଗୁଁ ୟୁକ୍ରେନର ଶହ ଶହ ରେଳ ଇଞ୍ଜିନ୍ ନଷ୍ଟ ହୋଇଯାଇଛି, ଯାହାଫଳରେ ଦେଶରେ ରେଳ ଇଞ୍ଜିନର ଘୋର ଅଭାବ ଦେଖାଦେଇଛି।

ଯୁଦ୍ଧ ଆରମ୍ଭରୁ ଏପର୍ଯ୍ୟନ୍ତ ୫୦୦ରୁ ଅଧିକ ରେଳ ଇଞ୍ଜିନ୍ କ୍ଷତିଗ୍ରସ୍ତ କିମ୍ବା ନଷ୍ଟ ହୋଇସାରିଛି, ଯାହାର ଅଧାରୁ ଅଧିକ କେବଳ ଚଳିତ ବର୍ଷ ନଷ୍ଟ ହୋଇଛି। ୟୁକ୍ରେନର ମୁଖ୍ୟ ରପ୍ତାନି ସାମଗ୍ରୀ ଯଥା— ଜାତୀୟ ଖାଦ୍ୟଶସ୍ୟ ଓ ଲୁହାପଥର ଆଦିକୁ ଆଭ୍ୟନ୍ତରୀଣ ଉତ୍ପାଦନ କେନ୍ଦ୍ରରୁ ବ୍ଲାକ ସି ବନ୍ଦରଗୁଡ଼ିକୁ ପଠାଇବା ପାଇଁ ଆଉ ଯଥେଷ୍ଟ ଟ୍ରେନ୍ ନାହିଁ ଯାହା ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ବନ୍ଦରଗୁଡ଼ିକରେ ସାମଗ୍ରୀ ପହଞ୍ଚାଇବା ଏବେ କଠିନ ହୋଇପଡ଼ିଛି।

ଏହି ଆକ୍ରମଣ ଯୋଗୁଁ କେବଳ ପଣ୍ୟ ପରିବହନ ନୁହେଁ, ବରଂ ନାଗରିକଙ୍କ ନିରାପଦ ଗମନାଗମନ ଏବଂ ଯୁଦ୍ଧକ୍ଷେତ୍ରକୁ ସୈନ୍ୟ ଯୋଗାଣ ମଧ୍ୟ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି। ରେଳ ଭିତ୍ତିଭୂମି ସଂପୂର୍ଣ୍ଣ ଅଚଳ ହେବା ଫଳରେ ଦେଶର ରାଜସ୍ୱ ଆଦାୟ ପ୍ରାୟ ଠପ୍ ହୋଇଯାଇଛି। ଏହି ସଙ୍କଟରୁ ବର୍ତ୍ତିବା ପାଇଁ ୟୁକ୍ରେନର କୃଷି ମନ୍ତ୍ରୀ ତାରାସ ଭିସୋତସ୍କି ଜଣାଇଛନ୍ତି ଯେ, ସମାନ ରେଳ ଟ୍ରାକ୍ ଗେଜ୍ ବ୍କଯବହାର କରୁଥିବା ୟୂରୋପୀୟ ଦେଶଗୁଡ଼ିକ ସହ କିଭ୍ ଜରୁରୀକାଳୀନ ଆଲୋଚନା ଚଳାଇଛି। ୟୁକ୍ରେନ ନିଜର ଅର୍ଥବ୍ୟବସ୍ଥା ଓ ମାନବୀୟ ସହାୟତା ପରିବହନକୁ ସଚଳ ରଖିବା ପାଇଁ ୟୁରୋପୀୟ ସହଯୋଗୀ ଦେଶଗୁଡ଼ିକରୁ ତୁରନ୍ତ ରେଳ ଇଞ୍ଜିନ୍ ଯୋଗାଇଦେବାକୁ ନିବେଦନ କରିଛି।

Leave a Reply

Your email address will not be published. Required fields are marked *