Download

ମିଶନ ଶକ୍ତି ମହିଳାଙ୍କୁ ଦଶହରା ଭେଟି, ଏସଏଚଜିଙ୍କୁ ୯୯.୨୬ କୋଟି ଟଙ୍କାର ସୁଧ ଫେରସ୍ତ

Spread the love

ଭୁବନେଶ୍ବର: ମିଶନ ଶକ୍ତି ମହିଳାଙ୍କୁ ଦଶହରା ଭେଟି ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମିଶନ ଶକ୍ତି ପ୍ରେକ୍ଷାଳୟରେ ଆୟୋଜିତ କାର୍ଯ୍ୟକ୍ରମରେ ୧,୭୯,୮୦୯ଟି ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଛି। ଏହା ସହିତ ୨୬ଟି ଜିଲ୍ଲାର ୩୭୧ଟି ଗ୍ରାମପଞ୍ଚାୟତ ସ୍ତରୀୟ ମହାସଂଘ GPL Fକୁ ୧୧୩.୮୦ କୋଟି ଟଙ୍କା ପ୍ରଦାନ କରିଛନ୍ତି ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା।

ଏହା ପୂର୍ବରୁ ଚଳିତ ଆର୍ଥିକ ବର୍ଷରେ ୨,୮୮,୧୯୮ଟି SHGକୁ ୧୪୭.୭୭ କୋଟି ଟଙ୍କା ସୁଧ ଫେରସ୍ତ କରାଯାଇଥିଲା। ଏହି ଦୁଇଟି ପର୍ଯ୍ୟାୟରେ ଚଳିତ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା ମୋଟ ୨୪୭.୦୩ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇ ସାରିଛି। ରାଜ୍ୟ ସରକାର ସ୍ଵୟଂ ସହାୟକ ଗୋଷ୍ଠୀର ମାଆମାନଙ୍କୁ ସେମାନଙ୍କ ଆର୍ଥିକ କାର୍ଯ୍ୟକଳାପ ପାଇଁ ଆବଶ୍ୟକୀୟ ପୁଞ୍ଜି, ଆବର୍ତ୍ତନ ପାଣ୍ଠି, ଗୋଷ୍ଠୀ ବିନିଯୋଗ ପାଣ୍ଠି, ନିରାପତ୍ତା ପାଣ୍ଠି ଏବଂ ସୁଧ-ଫେରସ୍ତ ସହିତ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ଯୋଗାଇ ଦିଆଯାଉଛି। ଆଜି ମିଶନ ଶକ୍ତି କାର୍ଯ୍ୟାଳୟରେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ‘ଲକ୍ଷପତି ଦିଦି’ କାର୍ଯ୍ୟକ୍ରମର ପ୍ରୋତ୍ସାହନ ଓ ପ୍ରସାର ପାଇଁ ‘କଲେକ୍ଟିଭ୍ ଫର୍ ଇଣ୍ଟିଗ୍ରେଟେଡ୍ ଲାଇଭଲିହୁଡ୍ ଇନିସିଏଟିଭ୍ସ’ (CINI) ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି। ମହିଳା ଗୋଷ୍ଠୀଗୁଡ଼ିକ ମଧ୍ୟରେ ସବୁଜ ଉଦ୍ୟୋଗିତାର ପ୍ରସାର ପାଇଁ ‘ଓରେଡା’ ସହିତ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି।

Leave a Reply

Your email address will not be published. Required fields are marked *