ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଆଉ ୫ ଗିରଫ, ଗିରଫଦାରୀ ସଂଖ୍ୟା ୧୦କୁ ବୃଦ୍ଧି

Spread the love

ଭଦ୍ରକ: ଯୁବ ବିଜେପି ରାଜ୍ୟ ସଭାପତି ଅଭିଳାଷ ପଣ୍ଡା ଏବଂ ସମ୍ପାଦକ ସୁବ୍ରତ ବିଶ୍ୱାଳଙ୍କୁ ମରଣାନ୍ତକ ଆକ୍ରମଣ ଘଟଣାରେ ଆଉ ୫ ଜଣଙ୍କୁ ଗିରଫ କଲା ପୋଲିସ। ପୂର୍ବରୁ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା। ଏବେ ଯାଏଁ ମୋଟ ଗିରଫଦାରୀ ସଂଖ୍ୟା ୧୦କୁ ବୃଦ୍ଧି ପାଇଛି।

ସୂଚନା ଅନୁସାରେ ଗତ ୩୦ ତାରିଖ ଦିନ ଅଭିଳାଷ ପଣ୍ଡା ପ୍ରଚାର ସାରି ସହ ୪୦ରୁ ୫୦ ଜଣ କର୍ମୀଙ୍କ ସହ ଫେରୁଥିବା ବେଳେ ଚାନ୍ଦବାଲି ସସିତାଦେଇପୁର ନିକଟରେ ୧୦୦ଅଧିକ ବିଜେଡି କର୍ମୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଆକ୍ରମଣରେ ଅଭିଳାଷଙ୍କ ମୁଣ୍ଡ ଫାଟିବା ସହ ହାତ ଏବଂ ଗୋଡରେ ଆଘାତ ଲାଗିଥିଲା। ଏହାସହ ଗାଡି ମଧ୍ୟ ଭଙ୍ଗାରୁଜା ହୋଇଥିଲା। ଏହି ଘଟଣାରେ ପୁଲିସ ଏହି ଘଟଣାରେ ପୋଲିସ ମେ ୩୧ ତାରିଖ ଦିନ ୫ଜଣଙ୍କୁ ଗିରଫ କରିଥିଲା। ଆଜି ପୁଣି ଆଉ ୫ ଜଣଙ୍କୁ ଗିରଫ କରିଛି।

ଏହି ଆକ୍ରମଣ ପରେ ଅନେକ ଗୁରୁତର ହୋଇଥିଲେ। ଗୁରୁତର ଅବସ୍ଥାରେ ୪ଜଣଙ୍କୁ ବାସୁଦେବପୁର ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଗଲେ ଡିଜିପିଙ୍କ ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଥିଲା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା। ଦୋଷୀଙ୍କୁ ଗିରଫ କରିବା ସହ କେନ୍ଦ୍ରୀୟ ସୁରକ୍ଷା ଫୋର୍ସ ମୁତୟନ କରାଯାଉ ବୋଲି ଦାବି କରିଥିଲା ଦଳ। ସେହିପରି ଘଟଣା ପରଦିନ ଭଦ୍ରକ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀରେ ୧୪୪ ଧାରା ଜାରି ହୋଇଥିଲା।

Leave a Reply

Your email address will not be published. Required fields are marked *