କାର୍ଯ୍ୟାନୁଷ୍ଠାନ ଦାବିରେ ବରଗଡ଼ ଏସପି ଅଫିସ ଘେରିଲା କଂଗ୍ରେସ

Spread the love

er

ବରଗଡ଼: ଅମ୍ବାଭୋନା ଥାନା ଭଙ୍ଗାରୁଜ୍ଜା ଘଟଣା  । କାର୍ଯ୍ୟାନୁଷ୍ଠାନ ଦାବିରେ ଆଜି ବରଗଡ଼ ଆରକ୍ଷୀ ଅଧୀକ୍ଷକଙ୍କ ଅଫିସ୍ ଘେରିଛନ୍ତି ଶତାଧିକ କଂଗ୍ରେସ କର୍ମୀ। ଘଟଣାକୁ ଦୁଇ ଦିନ ବିତିଯାଇଛି ହେଲେ ଏପର୍ଯ୍ୟନ୍ତ  କାହିଁକି କାହାରିକୁ ଗିରଫ କରାଯାଇନାହିଁ ବୋଲି ଜିଲ୍ଲା କଂଗ୍ରେସ ସଭାପତି ପ୍ରଶ୍ନ କରିଛନ୍ତି। ସୂଚନା ମୂତାବକ ଗତ ରବିବାର ଅପରାହ୍ନ ପ୍ରାୟ ୫ଟା ବେଳକୁ ବରଗଡ଼ ଜିଲ୍ଲା ଅମ୍ବାଭୋନା ଥାନାରେ ସୃଷ୍ଟି ହୋଇଥିଲା ବିସ୍ଫୋରକ ସ୍ଥିତି  ।

ଶତାଧିକ ଲୋକ ଥାନା ଘେରିଥିଲେ। ଆଉ ଭଙ୍ଗାରୁଜା ଆରମ୍ଭ କରିଥିଲେ । ଯିଏ ଯାହା ପାରିଲା ଭାଙ୍ଗି ଚାଲିଲା । ଥାନା ଭିତରେ ଥିବା କମ୍ପ୍ୟୁଟର ସମେତ ଅନ୍ୟ ଆସବାବପତ୍ର ଚୂରମାର୍ ହୋଇଯାଇଥିଲା। ପ୍ରାୟ ୧୫ ମିନିଟ୍ ଧରି ଏଭଳି ତୁମୁଳକାଣ୍ଡ ଘଟିଥିଲା  । ହେଲେ ପୋଲିସ ନିଦାବିଷ୍ଣୁ ସାଜିଥିଲା । ଘଟଣାକୁ ଦୁଇ ଦିନ ବିତିଛି  । ହେଲେ ଆଜି ବି ପୋଲିସର କାର୍ଯ୍ୟାନୁଷ୍ଠାନ ଶୂନ୍  । ଯାହାର ପ୍ରତିବାଦରେ ଆଜି କଂଗ୍ରେସ ଏଭଳି ପଦକ୍ଷେପ ନେଇଛି ।

Leave a Reply

Your email address will not be published. Required fields are marked *