କେବଳ କରମଣ୍ଡଳ ଦୁର୍ଘଟଣାଗ୍ରସ୍ତ ହୋଇଛି, ସିଗ୍‌ନାଲ ସମସ୍ୟା ଯୋଗୁ ଟ୍ରେନ୍‌ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ସ୍ପଷ୍ଟ

Spread the love

ସିଗ୍‌ନାଲରେ କିଛି ସମସ୍ୟା ଯୋଗୁ ଟ୍ରେନ ଦୁର୍ଘଟଣା ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ରେଲୱେ ସେଫ୍ଟି କମିଶନରଙ୍କ ତଦନ୍ତ ରିପୋର୍ଟକୁ ଅପେକ୍ଷା କରାଯାଇଛି। ବାହାନଗା ଟ୍ରେନ ଟ୍ରାଜେଡି ନେଇ ରେଲୱେ ବୋର୍ଡ ଅପରେସନ ଓ ବିଜିନେସ ଡେଭଲପମେଣ୍ଟ ସଦସ୍ୟ ଜୟା ବର୍ମା ସିହ୍ନା ଏହା କହିଛନ୍ତି।

ସେ କହିଛନ୍ତି, କେବଳ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାର ଶିକାର ହୋଇଛି। ଲୁହା ବୋଝେଇ ମାଲବାହୀ ଗାଡ଼ି ସହ କରମଣ୍ଡଳ ଏକ୍ସପ୍ରେସର ଧକ୍କା ହୋଇଥିଲା। ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହୋଇନାହିଁ। କରମଣ୍ଡଳ ଏକ୍ସପ୍ରେସ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଯେଉଁଥିପାଇଁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। କରମଣ୍ଡଳ ଏକ୍ସପ୍ରେସ ଡାଉନ ଲାଇନ୍‌ରେ ଆସି ଯଶବନ୍ତପୁର ଏକ୍ସପ୍ରେସର ଶେଷ ଦୁଇ ବଗି ସହ ଧକ୍କା ହୋଇଥିଲା।

ଏହାସହ ଜୟା ବର୍ମା କହିଛନ୍ତି, ରେଳବାଇ ପକ୍ଷରୁ ଜାରି ହେଲ୍ପ ଲାଇନ ନମ୍ବର ୧୩୯ରେ ଯୋଗାଯୋଗ କରିପାରିବେ। ରେଳବାଇ ଆହତଙ୍କ ସମସ୍ତ ଖର୍ଚ୍ଚ ସହ ସେମାନଙ୍କୁ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବ।

ସେପଟେ ବାଲେଶ୍ୱର ରେଳ ଦୁର୍ଘଟଣାର ତଦନ୍ତ ମାମଲା ଏବେ ସୁପ୍ରିମ୍‌କୋର୍ଟରେ ପହଞ୍ଚିଛି। ବିଶାଲ ତିଓ୍ଵାରୀ ନାମକ ଓକିଲ ମାମଲାକୁ ନେଇ ଆବେଦନ ଦାଖଲ କରିଛନ୍ତି। ଏହି ଆବେଦନରେ ସେ ରେଳ ଦୁର୍ଘଟଣାରୁ ରକ୍ଷା ପାଇବାର ‘କବଚ’ ସିଷ୍ଟମ୍‌ ଜଲ୍‌ଦି ଲାଗୁ କରିବାକୁ ଦାବି କରିଛନ୍ତି।

Leave a Reply

Your email address will not be published. Required fields are marked *