Puri nh

୬ ଲେନ ହେବ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥ

Spread the love

ପୁରୀ  :  ପୁରୀ- ଭୁବନେଶ୍ୱର ଜାତୀୟ ରାଜପଥ ହେବ ୬ ଲେନ ବିଶିଷ୍ଟ ।  ଏଥିପାଇଁ ଆରମ୍ଭ ହୋଇଛି ମାଟି ପରୀକ୍ଷଣ ।  ଖୁବ୍ ଶୀଘ୍ର ଜମି ଅଧିଗ୍ରହଣ ପାଇଁ ପ୍ରସ୍ତାବ ଆସିବ  ।  ଏଥିସହ ଏହି ୬ ଲେନ୍ ବିଶିଷ୍ଟ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଜବରଦଖଲ ଉଚ୍ଛେଦ ହେବ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡ଼ା ।  ଏହି ୬ ଲେନ ବିଶିଷ୍ଟ ଟେଷ୍ଟ ଦ୍ବାରା କମିବ ପୁରୀରୁ ଭୁବନେଶ୍ୱର ଯାତାୟାତ ସମୟ ।

ପଟନାୟିକିଆ , ସାତସଙ୍ଖ,ଚନ୍ଦନପୁର ରେ ମାଟି ପରୀକ୍ଷଣ କରୁଛି ଜିଓ ଡିଜାଇନ୍ ଆଣ୍ଡ ରିସର୍ଚ୍ଚ ପ୍ରାଇଭେଟ୍ ଲିମିଟେଡ ।  ରଥଯାତ୍ରା,ସୁନାବେଶ,ରବିବାର ଆଦି ସମୟରେ ଜାତୀୟ ରାଜପଥରେ ଘଣ୍ଟା ଘଣ୍ଟା ଟ୍ରାଫିକ ଜାମ୍ ପ୍ରତୀକ୍ଷାରୁ ମିଳିବ ମୁକ୍ତି । 67 କିଲୋମିଟରର ଏହି ରାଜପଥ ମଧ୍ୟରେ ସ୍ଥାନେ ସ୍ଥାନେ 8 ଲେନ କରିବା ପାଇଁ ଜମି ଅଧିଗ୍ରହଣ ଯୋଜନା ରହିଛି  ।

ୱେ ସାଇଡ ସୁବିଧା ସହ ଶ୍ରଦ୍ଧାଳୁଙ୍କୁ ସମସ୍ତ ସୁବିଧା ଯୋଗାଇ ଦିଆଯିବ କହିଛନ୍ତି ଜିଲ୍ଲାପାଳ ।   ମାତ୍ର,45 ମିନିଟ୍ ରେ ଭୁବନେଶ୍ୱରରୁ ପୁରୀ ପହଞ୍ଚିବେ ଶ୍ରଦ୍ଧାଳୁ ।  ପୁରୀ – ଭୁବନେଶ୍ୱର 316 ରାଜପଥର ପଟନାୟିକିଆ ,ସାତସଙ୍ଖ,ଚନ୍ଦନପୁର ବାଇପାସ୍ ରେ ରୋଡ ରେ ମାଟି ପରୀକ୍ଷଣ ଆରମ୍ଭ ହେବାପରେ ସ୍ଥାନୀୟ ଅଞ୍ଚଳରେ ଉତ୍ସାହ ଦେଖିବାକୁ ମିଳିଛି ।  ଜିଓ ଡିଜାଇନ୍ ଆଣ୍ଡ ରିସର୍ଚ୍ଚ ପ୍ରାଇଭେଟ୍ ଲିମିଟେଡ ପକ୍ଷରୁ ମାଟି ପରୀକ୍ଷଣ ଆରମ୍ଭ ହେବାପରେ 6 ଲେନ ବିଶିଷ୍ଟ ରାଜପଥ ପାଇଁ ପଥ ପରିଷ୍କାର ହେଉଛି ।

Leave a Reply

Your email address will not be published. Required fields are marked *