Download (1)

ବିଡିଓଙ୍କ ମନୋମୁଖୀ କାମକୁ ନେଇ ବ୍ଲକ ମୁଖ୍ୟ ଫାଟକରେ ତାଲା ପକାଇଲା ବିଜେଡି, ତାଲା ଭାଙ୍ଗି ଭିତରକୁ ପଶିଲା ବିଜେପି

Spread the love

ପଟ୍ଟାମୁଣ୍ଡାଇ: ବିଡିଓଙ୍କ ମନୋମୁଖୀ କାର୍ଯ୍ୟକୁ ନେଇ ବିଜେପି-ବିଜେଡି ମୁହାଁମୁହିଁ । ମୁଖ୍ୟ ଫାଟକରେ ତାଲା ପକାଇ ଆମରଣ ଅନଶନରେ ବସିଥଲା ବିଜେଡି । ତାଲା ଭାଙ୍ଗି ଭିତରକୁ ପଶିଲା ବିଜେପି । ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି । ପୋଲିସ ହସ୍ତକ୍ଷେପ କରି ଉଭୟ ପକ୍ଷକୁ ବୁଝାସୁଝା କରିଛି । କେନ୍ଦ୍ରାପଡା ଜିଲ୍ଲା ପଟ୍ଟାମୁଣ୍ଡାଇ ବିଡ଼ିଓ ଶୀତଲ ଅଗ୍ରୱାଲଙ୍କ ମନମୁଖି କାର୍ଯ୍ୟକୁ ବିରୋଧ କରି ବିଜେଡି ସମର୍ଥିତ ଜନ ପ୍ରତିନିଧି ମାନେ ବ୍ଲକ ମୁଖ୍ୟ ଫାଟକ ସାମ୍ନାରେ ତାଲା ପକାଇ ଆମରଣ ଅନଶନରେ ବସିଥିଲେ । ବ୍ଲକ ଭିତରକୁ କର୍ମଚାରୀ ମାନେ ପ୍ରବେଶ କରିପାରୁ ନଥିଲେ । ଫଳରେ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା । ପଟ୍ଟାମୁଣ୍ଡାଇ ବ୍ଲକରେ ସେବା ସଂକଳ୍ପ ଦିବସ କାର୍ଯ୍ୟକ୍ରମ ଥିବା ବେଳେ ମହିଳା ମହାବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ସାମର୍ଥ୍ୟ ଶିବିର ଆୟୋଜନ ପାଇଁ ବ୍ଲକ ପ୍ରଶାସନ ନିଷ୍ପତି ନେଇଥିଲା। କିନ୍ତୁ ଗୁରୁବାର ବ୍ଲକ ପରିସରରେ ନିର୍ମାଣ ହୋଇଥିବା ଟେଣ୍ଟକୁ ସଂନ୍ଧ୍ୟା ସମୟରେ ଦୁର୍ବୁତ୍ତ ଭାଙ୍ଗି ଦେଇଥିବା ବେଳେ ଶୁକ୍ରବାର କେବଳ ମହିଳା ମହାବିଦ୍ୟାଳୟ ପରିସରରେ ଦିବ୍ୟାଙ୍ଗ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଥିଲା ।

ଏତିକି ବେଳେ ବ୍ଲକ ମୁଖ୍ୟ ଫାଟକରେ ବିଜେଡି ସମର୍ଥିତ ଜନ ପ୍ରତିନିଧିଙ୍କ ଆମରଣ ଅନଶନ ଯୋଗୁ ବ୍ଲକ ପରିସରରେ ସମ୍ପୂର୍ଣ କାର୍ଯ୍ୟକ୍ରମ ଠପ ହୋଇଯାଇଛି। ସରକାରୀ କର୍ମଚାରୀ ମାନେ ବ୍ଲକ ପରିସର କୁ ପ୍ରବେଶ କରିପାରୁ ନାହାନ୍ତି। ଅପରପକ୍ଷରେ ବିଜେପି ସମର୍ଥିତ ବ୍ଲକ ଉପାଧ୍ୟକ୍ଷ୍ୟା ଏବଂ ଜନପ୍ରତିନିଧି ମାନେ ମୁଖ୍ୟ ଫାଟକ ରେ ପଡ଼ିଥିବା ତାଲା ଭାଙ୍ଗି ବ୍ଲକ ପରିସର କୁ ପ୍ରବେଶ କରିଛନ୍ତି। ଏହାକୁ କେନ୍ଦ୍ର କରି ବିଜେଡି ବିଜେପି ମୁହାଁମୁହିଁ ହୋଇଥିବା ବେଳେ ପ୍ରବଳ ଉତ୍ତେଜନା ଦେଖା ଦେଇଛି । ସୁରକ୍ଷା ପାଇଁ ପୋଲିସ ମୁତୟନ ହୋଇଛନ୍ତି। ଘଟଣା ସଂପର୍କରେ ପଟ୍ଟାମୁଣ୍ଡାଇ ବିଡ଼ିଓ କହିଛନ୍ତି ବ୍ଲକରେ ସରକାରୀ କାର୍ଯ୍ୟକ୍ରମ ପାଇଁ ସମସ୍ତ ଜନ ପ୍ରତିନିଧି ମାନଙ୍କୁ ୬ ତାରିଖରୁ ସୂଚନା ଦିଆଯାଇଛି। ଗତକାଲି ବ୍ଲକ ପରିସରରେ ଟେଣ୍ଟ ଭାଙ୍ଗିଥିବା ଲୋକଙ୍କ ନାଁ ରେ ଥାନା ରେ ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *