Court order

ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ ଓ ୧୦ ଲକ୍ଷ ଟଙ୍କା ଜରିମାନା

Spread the love

କେନ୍ଦୁଝର : ବଡବିଲ ଥାନା ଭୁସୁଗାଁରେ ଆଠ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସୁନିଆ ଚାମ୍ପିଆକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ । ଭୁସୁଗାଁରେ ଆଠ ବର୍ଷର ନାବାଳିକାକୁ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ସୁନିଆ ଚାମ୍ପିଆକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ଜିଲ୍ଲା ପୋକ୍ସୋ କୋର୍ଟ। ନାବାଳିକାକୁ ଅନୁକମ୍ପା ମୂଳକ ସହାୟତା ୧୦ ଲକ୍ଷ ଟଙ୍କା ପ୍ରଦାନ । ୨୦୨୨ ମସିହା ଏପ୍ରିଲ ତିନି ତାରିଖରେ ନାବାଳିକା ପରିବାରବର୍ଗ ସହ ବଡବିଲ ଥାନା ଭୁସୁଗାଁକୁ ବୁଲିବାକୁ ଯାଇଥିଲେ। ଦିନ ସମୟରେ ଆଠ ବର୍ଷର ନାବାଳିକା ବାହାରେ ଖେଳୁଥିବା ସମୟରେ ସନିଆ ତାକୁ ଉଠାଇ ନିକଟସ୍ଥ ଜଙ୍ଗଲକୁ ନେଇ ଦୁଷ୍କର୍ମ କରିଥିଲା। ଘର ଲୋକେ ଖୋଜାଖୋଜି କରୁଥିବା ବେଳେ ନାବାଳିକାକୁ ସନିଆ ଘର ପାଖରେ ଛାଡ଼ି ଦେଇଥିଲା। ଏନେଇ ପରିବାର ଲୋକେ ବଡବିଲ ଥାନାରେ ଏତଲା ଦେଇଥିଲେ। ୧୩ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି ଆଜି ଜିଲ୍ଲା ପୋକ୍ସୋ କୋର୍ଟ ବିଚାର କରି ସୁନିଆ ଚାମ୍ପିଆକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

Leave a Reply

Your email address will not be published. Required fields are marked *