Dead body death 1024x682 3 300x200

ଟ୍ରେନ୍‌ରୁ ଶରଣକୂଳ କଲେଜ ଅଧ୍ୟକ୍ଷଙ୍କ ମୃତଦେହ ଉଦ୍ଧାର

Spread the love

ନୟାଗଡ଼: ଦଶପଲ୍ଲା ଷ୍ଟେସନରେ ଭୁବନେଶ୍ୱର-ଦଶପଲ୍ଲା ସେବା ଏକ୍ସପ୍ରେସ୍ ଟ୍ରେନରୁ ଶରଣକୂଳ କଲେଜ ଅଧ୍ୟକ୍ଷ ମହେଶ୍ୱର ମହାପାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି । ଟ୍ରେନ୍ ଭିତରେ ଜଣେ ବ୍ୟକ୍ତି ମୁହଁ ମାଡ଼ି ପଡ଼ିଥିବା ଦେଖି ଜିଆରପି ପୋଲିସ ତାଙ୍କୁ ଉଦ୍ଧାର କରି ଦଶପଲ୍ଲା ମେଡିକାଲକୁ ନେଇଥିଲେ। କିନ୍ତୁ ସେଠାରେ ଡାକ୍ତର ମହେଶ୍ୱରଙ୍କୁ ମୃତ ଘୋଷଣା କରିଥିଲେ । ସୂଚନା ଅନୁଯାୟୀ, ନୟାଗଡ଼ ସହରର ଦେବୋତ୍ତର କଲୋନୀରେ ରହୁଥିବା ମହେଶ୍ୱର କୌଣସି କାମରେ ଭୁବନେଶ୍ୱର ଯାଇଥିଲେ । ଗୁରୁବାର ସେ ଟ୍ରେନ୍ ଯୋଗେ ନୟାଗଡ଼ ଫେରୁଥିଲେ। ଟ୍ରେନରେ ଥିବା ସମୟରେ ପରିବାର ଲୋକଙ୍କ ସହ ଶେଷଥର ପାଇଁ ଫୋନରେ କଥା ହୋଇଥିଲେ । ସେତେବେଳେ ସେ ରାଜସୁନାଖଳା ନିକଟରେ ପହଞ୍ଚିଥିବା କହିଥିଲେ ।

ହେଲେ ଏହାପରେ ପରିବାର ଲୋକ ତାଙ୍କୁ ଫୋନ୍ କରିଥିଲେ ମଧ୍ୟ ସେ ଆଉ ଫୋନ୍ ଉଠାଇନଥିଲେ । ଟ୍ରେନ୍ ଆସିବାରେ ବିଳମ୍ବ ହେବାରୁ ପରିବାର ଲୋକ ନୟାଗଡ଼ ଷ୍ଟେସନରେ ପହଞ୍ଚିଥିଲେ । ତେବେ ସେତେବେଳକୁ ଟ୍ରେନ୍ ଦଶପଲ୍ଲା ଅଭିମୁଖେ ଚାଲିଯାଇଥିବାରୁ ସେମାନେ ଦଶପଲ୍ଲା ଯାଇଥିଲେ । ସେପଟେ ଦଶପଲ୍ଲା ଷ୍ଟେସନରେ ଟ୍ରେନ୍ ଭିତରେ ମହେଶ୍ୱର ମୁହଁ ମାଡ଼ି ପଡ଼ିଥିବା ଜଣାପଡ଼ିଥିଲା । ଜିଆରପି ପୋଲିସ ତାଙ୍କୁ ତୁରନ୍ତ ଦଶପଲ୍ଲା ମେଡିକାଲକୁ ନେଇଥିଲେ। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ମହେଶ୍ୱରଙ୍କ ମୃତ୍ୟୁ କିଭଳି ହେଲା ? ସେନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ସୂଚନା ମିଳିନାହିଁ । ଅନ୍ୟପଟେ, ମହେଶ୍ୱର ପିନ୍ଧିଥିବା ଦୁଇଟି ମୁଦି, ହାତଘଣ୍ଟା ଏବଂ ତାଙ୍କ ବ୍ୟାଗ୍ ମିଳୁନଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ପୋଲିସ ପକ୍ଷରୁ ତଦନ୍ତ ଜାରି ରହିଛି ।

Leave a Reply

Your email address will not be published. Required fields are marked *